Latest Odisha News

କାଲି ଦେଶରେ ଲକ୍ଷେ ଟପିବ କରୋନା ମୃତ୍ୟୁସଂଖ୍ୟା, ଜାଣନ୍ତୁ ୨୪ ଘଣ୍ଟାର କୋଭିଡ୍ ରିପୋର୍ଟ

ନୂଆଦିଲ୍ଲୀ: ଆସନ୍ତାକାଲି ଦେଶରେ ଲକ୍ଷେ ଟପିବ କରୋନା ଡେଥ୍ କେସ୍ । ୯୯ ହଜାର ପାର କରିଛି ମୃତ୍ୟୁସଂଖ୍ୟା । ଗତ ୨୪ ଘଣ୍ଟାରେ ଆଉ ହଜାରେ ୯୫ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ସାରା ଦେଶରେ କରୋନା ନେଲାଣି ୯୯ ହଜାର ୭୭୩ ଜୀବନ ।

ସେହିପରି ସଂକ୍ରମିତଙ୍କ ସଂଖ୍ୟା ପାଖାପାଖି ୬୪ ଲକ୍ଷ । ଗତ ୨୪ ଘଣ୍ଟାରେ ୮୧ ହଜାର ୪୮୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ ମୋଟ୍ ସଂକ୍ରମିତ ସଂଖ୍ୟା ୬୩ ଲକ୍ଷ ୯୪ ହଜାର ୬୯ ।

ବଢୁଛି ସୁସ୍ଥ ହାର । ବର୍ତ୍ତମାନ ସୁଦ୍ଧା ସାରା ଦେଶରେ ୫୩ ଲକ୍ଷ ୫୨ ହଜାର ୭୮ ଜଣ ଆକ୍ରାନ୍ତ ଆରୋଗ୍ୟ ଲାଭ କଲେଣି । ଆକ୍ଟିଭ୍ କେସ୍ ରହିଛି ୯ ଲକ୍ଷ ୪୨ ହଜାର ୨୧୭ । ଦେଶରେ ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ତାମିଲନାଡୁରେ ସ୍ଥିତି ଉଦବେଗଜନକ ରହିଛି ।

Leave A Reply

Your email address will not be published.