Latest Odisha News

BREAKING NEWS

ରାତିରେ ଶୋଇବା ପୂର୍ବରୁ ଖାଆନ୍ତୁ ନଡିଆ; ମିଳିବ ଏହି ଲାଭ..

ଭୁବନେଶ୍ବର: ନଡିଆ ସ୍ବାସ୍ଥ୍ୟ ପାଇଁ ବେଶ୍ ଭଲ । ନଡ଼ିଆରେ ଭରପୁର ମାତ୍ରରେ ଭିଟାମିନ୍‌ , ଏମିନୋ ଏସିଡ଼ , ଫାଇବର, କାର୍ବୋହାଇଡ୍ରେଟ ,ପ୍ରୋଟିନ୍‌ ଆଦି ପୋଷକତତ୍ତ୍ୱ ରହିଥାଏ। ଯାହା ଶରୀରକୁ ସୁସ୍ଥ ରଖିବା ପାଇଁ ବହୁତ ସାହାଯ୍ୟ ରଖିଥାଏ । ତେବେ ଜାଣିଛନ୍ତି କି, ରାତି ସମୟରେ ଖଣ୍ଡେ ନଡ଼ିଆ ଖାଇବା ଦ୍ବାରା ଶରୀରକୁ ଅନେକ ଲାଭ ମିଳିଥାଏ ।

ଯେପରିକି ନଡ଼ିଆରେ ଫାଇବରର ମାତ୍ରା ବହୁତ ରହିଥାଏ । ଯାହା ଦ୍ୱାରା କୋଷ୍ଠକାଠିନ୍ୟ ଭଳି ସମସ୍ୟା ଦୂର ହୋଇଥାଏ । କିଛି ଦିନ ରାତିରେ ଶୋଇବା ପୂର୍ବରୁ ଗୋଟିଏ ଛୋଟ ଖଣ୍ଡ ନଡ଼ିଆ ଖାଇବା ଆରମ୍ଭ କରନ୍ତୁ । ଦେଖିବେ ପେଟ ଜନିତ ସମସ୍ୟା ଦୂର ହେଇଯିବ ।

ଆହୁରି ନଡ଼ିଆ ଦ୍ୱାରା ଓଜନ କମ ହୋଇଥାଏ । କାରଣ ଏହା ଖାଇଲେ ପେଟ ଫୁଲ୍ ଲାଗେ । ଏହାକୁ ପ୍ରତିଦିନ ରାତିରେ ସେବନ କରିବା ଦ୍ୱାରା ଅନିଦ୍ରା ସମସ୍ୟା ଦୂର ହୋଇଥାଏ ।

ନଡ଼ିଆ ଖାଇବା ଦ୍ୱାରା ଶରୀରରେ କୌଣସି ପ୍ରକାରର ସଂକ୍ରମଣ ରୋଗ ହୋଇନଥାଏ । ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ ଏହି ନଡିଆ ଓ ଏଥିସହ ମସ୍ତିଷ୍କକୁ ତୀକ୍ଷ୍ଣ ରଖିଥାଏ । ଗ୍ରୀଷ୍ମ ଋତୁରେ ଏହାକୁ ଖାଇଲେ ଶରୀରର ଜଳୀୟଅଂଶ ନିୟନ୍ତ୍ରିତ ରହେ ।

ବାନ୍ତି ସମସ୍ୟା ଥିଲେ ଛୋଟ ନଡ଼ିଆ ଖଣ୍ଡକୁ ଚୋବାଇବା ଆରମ୍ଭ କରନ୍ତୁ ଦେଖିବେ ବାନ୍ତି ଲାଗିବା ବନ୍ଦ ହେଇଯିବ ।

 

Comments are closed.