Latest Odisha News

BREAKING NEWS

ପିଆଜରେ ଥାଏ ଏହି ଭିଟାମିନ୍ ; ପ୍ରତିଦିନ ଖାଇଲେ ହାଡ଼ ମଜବୁତ ହେବା ସହ..

ଭୁବନେଶ୍ବର:ଆପଣ ଜାଣିଛନ୍ତି କି, ପିଆଜ କେବଳ ଖାଦ୍ୟର ସ୍ୱାଦ ବଢ଼ାଏ ନାହିଁ ବରଂ ଶରୀରକୁ ଅନେକ ଲାଭ ମଧ୍ୟ ଦେଇଥାଏ। ଗ୍ରୀଷ୍ମ ଋତୁରେ କଞ୍ଚା ପିଆଜ ଖାଇବା ଦ୍ୱାରା ଶରୀର ଥଣ୍ଡା ରହିଥାଏ। ପ୍ରତିଦିନ ପିଆଜ ଖାଇବା ଦ୍ୱାରା ହିଟ୍ ଷ୍ଟ୍ରୋକ୍ ହେବାର ଆଶଙ୍କା କମ୍ ହୋଇଥାଏ। କେବଳ ଏତିକି ନୁହେଁ, ପିଆଜରେ ଆଣ୍ଟି-ଫଙ୍ଗାଲ୍, ଆଣ୍ଟି-ବ୍ୟାକ୍ଟେରିଆଲ୍ ଏବଂ ଆଣ୍ଟି-ଡାଇବେଟିକ୍ ଗୁଣ ମଧ୍ୟ ମିଳିଥାଏ।

ତେଣୁ ଖାଦ୍ୟରେ ପିଆଜକୁ ସାମିଲ କରିବା ଦେହ ପାଇଁ ଭଲ । ଆସନ୍ତୁ ଜାଣିବା ପିଆଜରେ କେଉଁ ଭିଟାମିନ୍ ମିଳିଥାଏ ଏବଂ ପ୍ରତିଦିନ ପିଆଜ ଖାଇବାର କ’ଣ ଲାଭ ରହିଛି?

ଯୁକ୍ତରାଷ୍ଟ୍ର କୃଷି ବିଭାଗ (USDA) ର ରିପୋର୍ଟ ଅନୁଯାୟୀ, ପିଆଜରେ ଭିଟାମିନ୍ ସି, ଭିଟାମିନ୍ ଇ, ଭିଟାମିନ୍ ବି୬, ଫୋଲେଟ୍, ପୋଟାସିୟମ୍, ଫାଇବର, ମ୍ୟାଗ୍ନେସିୟମ୍, ମାଙ୍ଗାନିଜ୍, ଫ୍ଲାଭୋନଏଡ୍ସ, ଗ୍ଲୁଟାଥାୟୋନ୍, ସେଲେନିୟମ୍ ଭଳି ପୋଷକତତ୍ତ୍ୱ ମିଳିଥାଏ। ଏହା ଶରୀରକୁ ପୋଷଣ ପ୍ରଦାନ କରେ ।

ପିଆଜ ଖାଇବାର ଲାଭ

-ପିଆଜ ଖାଇବା ଦ୍ୱାରା ରକ୍ତ ଶର୍କରା ନିୟନ୍ତ୍ରଣରେ ରହିଥାଏ। ପିଆଜରେ ସଲଫର ଏବଂ କ୍ୱେରସେଟିନ ଭଳି ଆଣ୍ଟିଅକ୍ସିଡାଣ୍ଟ ମିଳିଥାଏ । ଯାହା ରକ୍ତ ଶର୍କରାକୁ ସନ୍ତୁଳିତ କରିବା ଏବଂ କୋଲେଷ୍ଟ୍ରଲକୁ ନିୟନ୍ତ୍ରଣ କରେ । ଏହା ବିପି ମଧ୍ୟ ହ୍ରାସ କରେ।
-ପିଆଜ ଖାଇବା ଦ୍ୱାରା ଶରୀରରେ ପ୍ରଦାହ କମିଯାଏ। ଏଥିରେ ଭିଟାମିନ ସି ଏବଂ ଫ୍ଲାଭୋନଏଡ୍ସ ଭଳି ଆଣ୍ଟିଅକ୍ସିଡାଣ୍ଟ ରହିଥାଏ ଯାହା ଶରୀରକୁ ଫ୍ରି ରାଡିକାଲ୍ସରୁ ରକ୍ଷା କରିଥାଏ। ଏହି ଫ୍ରି ରାଡିକାଲ୍ସ ଶରୀରରେ ଅନେକ ରୋଗ ସୃଷ୍ଟି କରିଥାଏ।
-ପ୍ରତିଦିନ ପିଆଜ ଖାଇବା ଅନ୍ତନଳୀ ପାଇଁ ମଧ୍ୟ ଲାଭଦାୟକ । ପିଆଜରେ ଭରପୂର ପରିମାଣରେ ଫାଇବର ଥାଏ, ଯାହା ପାଚନ ପ୍ରକ୍ରିୟାକୁ ଉନ୍ନତ କରିଥାଏ। ପିଆଜରେ ପ୍ରୋବାୟୋଟିକ୍ସ ମିଳିଥାଏ, ଯାହା ଅନ୍ତନଳୀରେ ଭଲ ବ୍ୟାକ୍ଟେରିଆ ବୃଦ୍ଧି କରେ ଏବଂ ପାଚନ ପ୍ରକ୍ରିୟାକୁ ମଜବୁତ କରେ।
-ପ୍ରତିଦିନ ପିଆଜ ଖାଇବା ଦ୍ୱାରା ଥଣ୍ଡାକାଶ ଏବଂ ଗଳା ଯନ୍ତ୍ରଣା କମିଯାଏ। ପିଆଜରେ ଆଣ୍ଟିବ୍ୟାକ୍ଟେରିଆଲ୍ ଏବଂ ଆଣ୍ଟିଭାଇରାଲ୍ ଗୁଣ ଥାଏ ଯାହା ଶରୀରକୁ କ୍ଷତିକାରକ ଜୀବାଣୁ ଏବଂ ଭାଇରସ୍ ଠାରୁ ରକ୍ଷା କରେ।
-ପ୍ରତିଦିନ ପିଆଜ ଖାଇବା ଦ୍ୱାରା ହାଡ଼ ମଜବୁତ ହୁଏ। ଏହା ପିଆଜରେ ଥିବା କ୍ୟାଲସିୟମ,ମ୍ୟାଗ୍ନେସିୟମ ଏବଂ ଫସଫରସ ଯୋଗୁଁ ହୋଇଥାଏ। ଏହି ଖଣିଜ ପଦାର୍ଥ ହାଡ଼କୁ ମଜବୁତ କରିଥାଏ। ପିଆଜରେ ଥିବା ଭିଟାମିନ୍ ସି ଏବଂ ସିଲିକା କେଶ ପାଇଁ ପ୍ରଭାବଶାଳୀ ପ୍ରମାଣିତ ହୁଏ। ମୁହଁରେ ଦାଗ, କୁଞ୍ଚନ ଏବଂ ବ୍ରଣ ହ୍ରାସ କରିବାରେ ମଧ୍ୟ ପିଆଜ ସାହାଯ୍ୟ କରେ ।

Comments are closed.