Latest Odisha News

BREAKING NEWS

ଓଜନ ଓ ପେଟର ଚର୍ବି କମାଏ କଳା ଜିରା: ଜାଣିବା କେମିତି କରିବେ ଉପଯୋଗ

ବର୍ତ୍ତମାନ ସମୟରେ ମୋଟାପଣ ବା ମେଦ ବହୁଳତା ଲୋକମାନଙ୍କ ପାଇଁ ଏକମାତ୍ର ସମସ୍ୟା ପାଲଟିଛି  ।  ମୋଟାପଣ କମାଇବା ପାଇଁ ଜିମ୍‌ ଯିବା ଠାରୁ ଆରମ୍ଭ କରି ଡାଏଟ କରିବା ପର୍ଯ୍ୟନ୍ତ ସବୁକିଛି କରୁଛନ୍ତି ଯୁବପିଢି । ହେଲେ ଆଜିକାଲିର ଯୁବପିଢି ବାହାରେ ଖାଇବାରୁ ବର୍ତ୍ତୁ ନାହାନ୍ତି । ଯୁବପିଢି ବାହାରେ ମିଳୁଥିବା ଫାଷ୍ଟଫୁଡ ଖାଇବାରେ ମାହିର ହୋଇଯାଇଛନ୍ତି । ଆଉ ବାହାରେ ଏଣୁତେଣୁ ଖାଇବା ଦ୍ୱାରା ଓଜନ ବୃଦ୍ଧି ହୋଇଥାଏ । ଯଦି ନିଜ ଓଜନ ଓ ପେଟର ଚର୍ବି କମାଇବା ପାଇଁ ଚାହୁଁଛନ୍ତି,  ତାହେଲେ ଡାଏଟ ସହିତ କଳାଜିରା ମଧ୍ୟ ସାମିଲ କରନ୍ତୁ । କଳାଜିରା ଶରୀର ପାଇଁ ବହୁତ ଲାଭଦାୟକ ହୋଇଥାଏ ।

କଳାଜିରା କେବଳ ରୋଷେଇ କରିବାରେ ନୁହେଁ , ଓଜନ କମ୍‌ କରିବାରେ ମଧ୍ୟ ସାହାଯ୍ୟ କରିଥାଏ । କଳାଜିରା ଆଚାର ଓ ଖାସ୍ତା କଚୋରି ବନେଇବାରେ ବ୍ୟବହାର କରାଯାଏ । କଳାଜିରା ଅନେକ ପ୍ରକାର ଶାରୀରିକ ସମସ୍ୟାର ସମାଧାନ କରିବାରେ ମଧ୍ୟ ସାହାଯ୍ୟ କରିଥାଏ । ଓଜନ କମ କରିବା ପାଇଁ କଳାଜିରା ବହୁତ ଲାଭଦାୟକ ହୋଇଥାଏ । କଳାଜିରା ଶରୀରରେ ଫାଇବର ମାତ୍ରା ବଢାଇଥାଏ , ଯାହା ଖାଦ୍ୟ ଅଧିକ ଖାଇବାରୁ ରୋକିଥାଏ । ଏହି ମଞ୍ଜି ଖାଇବା ଦ୍ୱାରା ପେଟ ଫୁଲ ରହିଥାଏ । ଭୋକ କମ ଲଗିଥାଏ ।

ଏକ ଚାମଚ କଳାଜିରା ଗ୍ରାଇଣ୍ଡି କରି ଏକ ଗ୍ଲାସ୍ ଗରମ ପାଣିରେ ଏକ ଚାମଚ ମହୁ ଓ ଏକ ଚାମଚ ଲେମ୍ବୁ ରସ ମିଶାଇ ସକାଳେ ଖାଲି ପେଟରେ ପିଇବା ଦ୍ୱାରା ଓଜନ କମ୍‌ ହୋଇଥାଏ ।ଡାଇବେଟିସ୍ ରୋଗୀମାନଙ୍କ ପାଇଁ ମଧ୍ୟ ଏହା ବେଶ୍ ଲାଭଦାୟକ ହୋଇଥାଏ । କଳାଜିରାରେ ଅନେକ ପ୍ରକାର ଗୁଣ ଅଛି , ଯାହା ରକ୍ତରେ ସୁଗାର ପରିମାଣ କମ ବା ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ । ସେଥିପାଇଁ ଡାଇବେଟିସ୍ ରୋଗୀମାନେ ଏହାକୁ ନିଜ ଡାଏଟରେ ମିଶାଇ ପାରିବେ । ଏହା ଶରୀରରେ ଅନ୍ୟ ସମସ୍ୟାରୁ ମଧ୍ୟ ମୁକ୍ତି ଦିଏ ।

Leave A Reply

Your email address will not be published.