ଭୁବନେଶ୍ୱର: ଗୋଲାପ ଫୁଲ ଦେଖିବାକୁ ଯେତିକି ସୁନ୍ଦର ସେତିକି ମନଲୋଭା। ଏହାର ଔଷଧୀୟ ଗୁଣ ବେଳେବେଳେ ଆମର କିଛି ଶାରୀରିକ ସମସ୍ୟାର ସମାଧାନ କରିଥାଏ । ତ୍ଵଚା ପାଇଁ ଖୁବ୍ ଲାଭଦାୟକ ହୋଇଥାଏ ଗୋଲାପ ଜଳ। ଏହାକୁ ଆପଣ ବିଭିନ୍ନ ଉପାୟରେ ବ୍ୟବହାର କରୁଥିବେ। ଏହାକୁ ଲୋକମାନେ ରୋଷେଇରେ ମଧ୍ୟ ବ୍ୟବହାର କରନ୍ତି। ତେବେ କଣ ଆପଣ ଜାଣିଛନ୍ତି କି ଗୋଲାପ ଜଳ ଭଳି ଗୋଲାପ ତଲ ଆମ ସ୍ଵାସ୍ଥ୍ୟ ପାଇଁ ଖୁବ୍ ଲାଭଦାୟକ ହୋଇଥାଏ। ଏହାକୁ ଏସେନସିଆଲ୍ ଅଏଲ କାଟେଗୋରୀରେ ରଖାଯାଇଛି। ଏହି ତେଲରେ ଆଣ୍ଟିସେପ୍ଟିକ, ଆଣ୍ଟିସ୍ପାସ୍ମୋଡିକ, ଆଣ୍ଟିଡିପ୍ରେସେଣ୍ଟ, ଆଣ୍ଟିଫ୍ଲଷ୍ଟିକ ଏବଂ ଆଣ୍ଟିଭାଇରାଲ୍ ଗୁଣ ରହିଛି। ତେବେ ଜାଣନ୍ତୁ ରୋଜ ଅଏଲର ଲାଭ-
ରୋଜ ଅଏଲ ଲଗାଇଲେ ପୀଡ଼ା ଦରଜ କମେ। ଏହା ଦ୍ଵାରା ମିଜାଜ୍ ଠିକ୍ ରୁହେ। କୌଣସି ସ୍ଥାନରେ କ୍ଷତ ହୋଇଥିଲେ ଖୁବ୍ ଶୀଘ୍ର ଭରଣ ହୋଇଥାଏ। ଏହି ତେଲରେ ଆଣ୍ଟିସେପ୍ଟିକ ଗୁଣ ରହିଛି। କୀଟାଣୁ ଠାରୁ ବଞ୍ଚାଏ। ଏଥିରେ ଗାଧୋଇବା ଦ୍ଵାରା ତ୍ଵଚା ଚିକ୍କଣ ହୁଏ। ରୋଜ୍ ଅଏଲ ଶୁଙ୍ଘିବା ଦ୍ଵାରା ଆପଣଙ୍କ ସମସ୍ତ ମାନସିକ ବିଷାଦ ଦୂର ହୋଇଯିବ। ଏହାକୁ ଶରୀରରେ ମାଲିସ୍ କଲେ ଖୁବ୍ ଆରାମ ମିଳିବ। ଏହାକୁ ଦେହରେ ଲଗାଇଲେ ଏହା ଚର୍ମର ସୌନ୍ଦର୍ଯ୍ୟ ବୃଦ୍ଧି କରିଥାଏ। ନିୟମିତ ଏଥିରୁ ୩-୪ ଟୋପା ନେଇ ଦେହରେ ଲଗାଇଲେ ବୟସ ବୃଦ୍ଧି ଜନିତ ଚର୍ମ ସମସ୍ୟା ଦେଖାଯାଇ ନ ଥାଏ ବୋଲି କୁହାଯାଏ।
କିଭଳି କରିବେ ବ୍ୟବହାର ?
ଗୋଲାପ ତେଲ ସାଧାରଣତଃ ମହଙ୍ଗା ହୋଇଥାଏ। ଏହା ଅତ୍ୟଧିକ ଗୁଣକାରୀ ହୋଇଥାଏ। ଏହାକୁ ଆପଣ ବାର୍ଥ ଟବରେ ପକାଇ ବ୍ୟବହାର କରିପାରିବେ। ବାର୍ଥ ଟବରେ ପକାଇ ଗାଧୋଇବା ଦ୍ଵାରା ତ୍ଵଚା ଚିକ୍କଣ ହୁଏ। ଏକ ଟବରେ କିଛି ପାଣିରେ ଗୋଲାପ ତେଲ ପକାନ୍ତୁ। ଏଥିରେ ଗୋଡ ବୁଡାଇ ରଖନ୍ତୁ। ଖୁବ୍ ଆରାମ ଲାଗିବ। ତେବେ ଏହି ଗୋଲାପ ତେଲକୁ ଘରେ ପ୍ରସ୍ତୁତ କରିବାକୁ ପଡେ। ଅଳ୍ପ ଅଲିଭ୍ ଅଏଲ୍ ସହ ଗୋଲାପର କିଛି ପାଖୁଡା ମିଶାଇ ନେଇ ଏହାକୁ ପ୍ରସ୍ତୁତ କରାଯାଏ।
କିପରି କରିବେ ଏହି ତେଲର ପ୍ରସ୍ତୁତି ?
ପ୍ରଥମେ ସଜ ଗୋଲାପର କିଛି ପାଖୁଡା ଛଡାଇ ତାକୁ ଏକ ବୋତଲରେ ରଖିଦେବେ l
ଏହାପରେ ସେଥିରେ କିଛି ଅଲିଭ୍ ଅଏଲ୍ ମିଶାଇ ଦେବେ ।
ଏହାପରେ ଗୋଟିଏ ପାତ୍ରରେ କିଛି ପାଣି ଗରମ କରିନେବେ ।
ପୂର୍ବରୁ ବୋତଲରେ ଥିବା ଗୋଲାପ ପାଖୁଡା ଓ ଅଲିଭ ଅଏଲ ମିଶ୍ରିତ ଶିଶିକୁ ଏହି ଉଷୁମ ପାଣିରେ ରାତି ସାରା ପକାଇ ରଖିଦେବେ l
ସକାଳୁ ଏହାକୁ ପାଣିରୁ ବାହାର କରିବା ସହ ଗୋଲାପ ପାଖୁଡା ଗୁଡିକୁ ତେଲ ମଧ୍ୟରୁ ବାହାର କରିଦେବେ l
ଏବେ ପ୍ରସ୍ତୁତ ହେଲା ଗୋଲାପ ତେଲ।
Comments are closed.