Latest Odisha News

କାହିଁକି ପିନ୍ଧିବେ ତମ୍ବା ମୁଦି, ଜାଣନ୍ତୁ

ଭୁବନେଶ୍ୱର: ଆପଣ ବହୁତ ଲୋକଙ୍କୁ ତମ୍ବାର ମୁଦି ପିନ୍ଧି ଥିବାର ଦେଖିଥିବେ ଯାହା ଦେଖିବାକୁ ମଧ୍ୟ ଭଲ ଲାଗେ । ଏଥିରେ ଜ୍ୟୋତିଷ ବି ସହମତ ଯେ ତମ୍ବା ପିନ୍ଧିବା ଦ୍ଵାରା ବହୁତ ଲୋକଙ୍କୁ ବହୁତ ଲାଭ ହୋଇଥାଏ ଏବଂ ଏଥିରୁ ବ୍ୟକ୍ତିକୁ ସଫଳତା ମିଳିଥାଏ ।

ଆଙ୍ଗୁଠିରେ ତମ୍ବା ପିନ୍ଧିବା ଦ୍ଵାରା ଆପଣଙ୍କୁ ବହୁତ ପ୍ରକାରର ଲାଭ ହୋଇଥାଏ । ଯେମିତି ପ୍ରତିଟି ଧାତୁର ନିଜର ଅଲଗା ପ୍ରଭାବ ଓ ଚମତ୍କାରୀ ଲାଭ ହୋଇଥାଏ ସେହିଭଳି ତମ୍ବା ଧାତୁ ଜ୍ୟୋତିଷଙ୍କ ଅନୁସାରେ ମଙ୍ଗଳ ଓ ସୂର୍ଯ୍ୟ ଗ୍ରହକୁ ଶାନ୍ତ କରିବା ପାଇଁ ପିନ୍ଧା ଯାଏ । ଏହାକୁ ପିନ୍ଧିବା ଦ୍ଵାରା ବାସ୍ତୁ ଦୋଷ ଦୂର ହୋଇଥାଏ ଓ ଏହା ବ୍ୟତୀତ ଏହାକୁ ପିନ୍ଧିବା ଦ୍ଵାରା ମନ ବି ଶାନ୍ତ ହୋଇଥାଏ ।

୧. ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଧାତୁ ଓ ଗ୍ରହଙ୍କର ସମ୍ବନ୍ଧ ବହୁତ ଗଭୀର ହୋଇଥାଏ। ଯଦି ଗ୍ରହ ଆପଣଙ୍କର ବିପରିତରେ ଥାଏ ତେବେ ଜୀବନ ଉପରେ ଖରାପ ପ୍ରଭାବ ପକାଇଥାଏ । ଗ୍ରହଙ୍କୁ ଶାନ୍ତ କରିବା ପାଇଁ ଓ ସେମାନଙ୍କ ସହିତ ଯୋଡା ହୋଇଥିବା ସବୁ ସମସ୍ୟାର ସମାଧାନ କରିବା ପାଇଁ ତମ୍ବାର ମୁଦି ନିଶ୍ଚୟ ପିନ୍ଧିବା ଆବଶ୍ୟକ ।

୨. ଏମିତି ବି କୁହାଯାଏ ଧାତୁ ମଧ୍ୟରେ ତମ୍ବା ଶୁଦ୍ଧ ଓ ଶାନ୍ତ ଧାତୁ ହୋଇଥାଏ । ଏହାର ସମ୍ବନ୍ଧ ମଙ୍ଗଳ ଓ ସୂର୍ଯ୍ୟ ସହିତ ଥାଏ । ଯଦି କାହାର ଜାତକରେ ସୂର୍ଯ୍ୟ ବା ମଙ୍ଗଳ ଦୁର୍ବଳ ଥାଆନ୍ତି ତେବେ ତମ୍ବାର ଆଙ୍ଗୁଠି ପିନ୍ଧିବା ଦ୍ଵାରା ସେହି ବ୍ୟକ୍ତିକୁ ଲାଭ ମିଳିଥାଏ ।

୩. ତମ୍ବାର ସମ୍ବନ୍ଧ ସିଧା ସୂର୍ଯ୍ୟଙ୍କ ସହିତ ଥାଏ ଏବଂ ସୂର୍ଯ୍ୟ ଯଶ ଓ ସମ୍ମାନର ପ୍ରତୀକ ହୋଇଥାନ୍ତି । ତମ୍ବାର ଆଙ୍ଗୁଠି ପିନ୍ଧିବା ଦ୍ଵାରା ବ୍ୟକ୍ତିକୁ ସମାଜରେ ପଦ ପ୍ରତିଷ୍ଠା ମିଳିଥାଏ ।

୪. ଯଦି କାହାର ମାନସିକ ରୋଗ ଥାଏ ବା ବହୁତ ରାଗୁଥାନ୍ତି ତେବେ ତାଙ୍କୁ ତମ୍ବା ଧାରଣ କରିବା ଦରକାର। ବାସ୍ତୁ ଶାସ୍ତ୍ର ଅନୁସାରେ ତମ୍ବା ବାସ୍ତୁ ଦୋଷକୁ ଦୂର କରିଥାଏ । ଯଦି ତମ୍ବାରେ ତିଆରି ହୋଇଥିବା ଆଭୂଷଣ ବା ବାସନ ଘରେ ରଖନ୍ତି ତେବେ ଘରର ବାତାବରଣ ଶାନ୍ତିପୂର୍ଣ୍ଣ ହୋଇଥାଏ ଓ ନକରାତ୍ମକ ଶକ୍ତି ମଧ୍ୟ ଦୂରେଇ ରୁହନ୍ତି ।

Comments are closed.