Latest Odisha News

BREAKING NEWS

‘ଦିଲ୍ଲୀ ବିଜୟ ପରେ ୨୦୨୬ରେ ଦିଦିଙ୍କ ପାଳି’

କୋଲକତା: ଦୀର୍ଘ ୨୭ ବର୍ଷ ପରେ ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିଜେପିର ବିଜୟ ହୋଇଛି । ଆପକୁ ହରାଇ ଦିଲ୍ଲୀର ଶାସନ ଗାଦିରେ ବସିଛି ବିଜେପି । ଏନେଇ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିଛନ୍ତି ପଶ୍ଚିମବଙ୍ଗ ବିଜେପି ନେତା ଶୁଭେନ୍ଦୁ ଅଧିକାରୀ । ସେ କିଛନ୍ତି ଯେ, ୨୦୨୬ରେ ପଶ୍ଚିମବଙ୍ଗ ପାଳି ।

ଶୁଭେନ୍ଦୁ ଅଧିକାରୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ‘ଦିଲ୍ଲୀର ବିଜୟ ଆମର, ୨୦୨୬ରେ ପଶ୍ଚିମବଙ୍ଗ ପାଳି ହେବ।’ ଏହା ସହ ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିଜେପିର ଐତିହାସିକ ବିଜୟ ଦେଶ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ଶୁଭେନ୍ଦୁ କହିଛନ୍ତି ।

ସେ ଆହୁରି କହିଛନ୍ତି, ଏହା ଦୁର୍ନୀତି ଏବଂ ମିଥ୍ୟା ରାଜନୀତିର ଅନ୍ତର ଆରମ୍ଭ । ତୃଣମୂଳ ସରକାର ଦ୍ବାରା ହୋଇଥିବା ଘୋଟାଲା ଓ ପୋଲିସକର୍ମୀଙ୍କ ଦୂରୁପଯୋଗକୁ ରୋକା ଯିବ । ପଶ୍ଚିମବଙ୍ଗ ଜନତା ପ୍ରସ୍ତୁତ ଅଛନ୍ତି । ୨୦୨୬ ନିର୍ବାଚନରେ ତୃଣମୂଳ କଂଗ୍ରେସ ସରକାର ଉପରେ ଭାରି ପଡିବ ବିଜେପି ।”

ଶୁଭେନ୍ଦୁ କହିଛନ୍ତି, ଏହା ଦେଶର ରାଜଧାନୀ ଏବଂ ଏହାକୁ ଏକ ଅନ୍ତର୍ଜାତୀୟ ସ୍ତରର ସହର କରାଯିବା ଉଚିତ ଥିଲା, କିନ୍ତୁ ଆପ୍ ଏହାକୁ ନଷ୍ଟ କରିଦେଇଛି । ମୋଦି ସରକାରଙ୍କ ନେତୃତ୍ୱରେ ଦେଶରେ ଯେପରି ବିକାଶ ହୋଇଛି, ଦିଲ୍ଲୀରେ ମଧ୍ୟ ସେହିପରି ହେବା ଉଚିତ ଥିଲା ।

Comments are closed.