Latest Odisha News

ରଣଜୀ ଟ୍ରଫି: ବେଙ୍ଗଲକୁ ପ୍ରଥମ ଇନିଂସ ଅଗ୍ରଣୀ

କଟକ:ରଣଜୀ ଟ୍ରଫି କ୍ରିକେଟ କ୍ୱାର୍ଟରଫାଇନାଲରେ ଓଡିଶା ବିପକ୍ଷରେ ବେଙ୍ଗଲ ପ୍ରଥମ ଇନିଂସ ଅଗ୍ରଣୀ ହାସଲ କରିଛି । ବେଙ୍ଗଲର ପ୍ରଥମ ଇନିଂସ ସ୍କୋର ଜବାବରେ ଓଡିଶା ୨୫୦ ରନ କରି ଅଲଆଉଟ ହୋଇ ଯାଇଥିଲା । ଶାନ୍ତନୁ ମିଶ୍ର(୬୨), ଦେବାଶୀଷ ସାମନ୍ତରାୟ (୬୮) ଓ ଶୁଭ୍ରାଂଶୁ ସେନାପତି (୪୬)ଙ୍କ ବ୍ୟତୀତ ଅନ୍ୟ କୌଣସି ଓଡିଶା ବ୍ୟାଟ୍ସମ୍ୟାନ ଭଲ ସ୍କୋର କରିପାରି ନ ଥିଲେ ।

ବେଙ୍ଗଲ ପକ୍ଷରୁ ଈଶାନ ପୋରେଲ, ନୀଳକଣ୍ଠ ଦାସ ଓ ମୁକେଶ କୁମାର ୩ଟି ଲେଖାଏଁ ଉଇକେଟ ଅକ୍ତିଆର କରିଥିଲେ ।

Comments are closed.