Latest Odisha News

BREAKING NEWS

କୋଲକାତାରେ ଅମିତ ଶାହଙ୍କ ରଣହୁଁକାର: ୨୦୨୬ରେ ବେଙ୍ଗଲରେ ବିଜେପି ସରକାର

କୋଲକାତା: ବଙ୍ଗଳା ନିର୍ବାଚନ ପୂର୍ବରୁ କୋଲକାତାରେ ଅମିତ ଶାହଙ୍କ ରଣହୁଁକାର। ୨୦୨୬ରେ ବେଙ୍ଗଲରେ ବିଜେପି ସରକାର ନିଶ୍ଚିତ ବୋଲି କହିଲେ ଗୃହମନ୍ତ୍ରୀ। ଶାହ କହିଛନ୍ତି, ୨୦୨୪ରେ ଓଡ଼ିଶା ଓ ଆନ୍ଧ୍ରରେ ପ୍ରଥମ କରି ସରକାର ଗଠନ କରିଛୁ। ୨୦୨୬ରେ ଦୁଇ ତୃତୀୟାଂଶ ସଂଖ୍ୟା ଗରିଷ୍ଠତା ସହ ବେଙ୍ଗଲରେ ସରକାର। ବେଙ୍ଗଲ ଏକ ଗରିବ ରାଜ୍ୟ, ମାତ୍ର ମନ୍ତ୍ରୀଙ୍କ ଘରୁ ମିଳୁଛି ୨୭ କୋଟି। ମମତା ମନ୍ତ୍ରିମଣ୍ଡଳର କେଉଁ ସଦସ୍ୟ ଦୁର୍ନୀତି ପାଇଁ ଜେଲ୍‌ ଯାଇଛନ୍ତି କହିଲେ ଅମିତ ଶାହ।

ମନ୍ତ୍ରୀ ପୁଣି କହିଲେ, ବେଙ୍ଗଲରେ ମହିଳାମାନେ ଅସୁରକ୍ଷିତ, ରାତିରେ ଘରୁ ବାହାରିବା ବିପଦ। ଏଠାରେ କ’ଣ ମୋଗଲ ଶାସନ ଚାଲିଛି କି ବୋଲି ପଚାରିଲେ ଶାହ। ସଂସଦରେ ବନ୍ଦେ ମାତରମ୍‌ ଚର୍ଚ୍ଚାକୁ କିପରି TMC ବିରୋଧ କଲା ପଚାରିଲେ। ମମତା ବାନାର୍ଜୀ ଏହାର ଜବାବ ଦେବାର ଆବଶ୍ୟକତା ରହିଛି। ଦେଶର GDP ଯୋଗଦାନରେ ବେଙ୍ଗଲର ଅବଦାନ ୧୦.୫। ମାତ୍ର ଆଜି ଯେଉଁ ଶିଳ୍ପ ସଂସ୍ଥା ବେଙ୍ଗଲ ଆସୁଛନ୍ତି, ଫେରି ଯାଉଛନ୍ତି। ଆୟୁଷ୍ମାନ ଭାରତ ଲାଗୁ ନ କରି ମମତା ଗରିବଙ୍କୁ ସୁବିଧାରୁ ବଞ୍ଚିତ କରିଛନ୍ତି। ସମସ୍ତ ସାମ୍ବିଧାନିକ ବ୍ୟବସ୍ଥାକୁ ମାଟିରେ ମିଶାଇ ସାରିଛନ୍ତି ମମତା।

ଦେଶର ପ୍ରଧାନମନ୍ତ୍ରୀଙ୍କ ପ୍ରତି ବ୍ୟବହାର ଆଦୌ ଗ୍ରହଣୀୟ ନୁହେଁ। ସରକାରୀ କାର୍ଯ୍ୟକ୍ରମକୁ ମୋଦି ଆସୁଥିଲା ବେଳେ ମମତା ଅନୁପସ୍ଥିତ ରହୁଛନ୍ତି। ଦେଶର ସବୁ ଶିଳ୍ପ ପ୍ରଥମ କରି ବେଙ୍ଗଲରେ ଆରମ୍ଭ ହୋଇଥିଲା। ମାତ୍ର ଏସବୁ ମମତାଙ୍କ ଶାସନରେ ନୁହେଁ, ପୂର୍ବରୁ ହୋଇଥିଲା। ମାତ୍ର ଆଜିକା ଦିନରେ ୭ ହଜାର ଶିଳ୍ପ ବେଙ୍ଗଲ ଛାଡ଼ି ପଳାଇଲେଣି। ଶଳ୍ପ ସଂସ୍ଥାଗୁଡ଼ିକ ବେଙ୍ଗଲ ଛାଡୁଥିବାରୁ ରାଜ୍ୟ ଆର୍ଥିକ କ୍ଷତି ସହୁଛି। ବେଙ୍ଗଲର ଅସ୍ତିତ୍ବ ପ୍ରତି ଆଜି ବିପଦ ସୃଷ୍ଟି ହୋଇଛି ବୋଲି କହିଲେ ଶାହ। କେନ୍ଦ୍ର ସରକାରଙ୍କୁ ବିରୋଧ କରିବା ମମତା ସରକାରଙ୍କ ଏକମାତ୍ର ଲକ୍ଷ୍ୟ। ବିରୋଧ କରିବା ମମତାଙ୍କର ସ୍ବଭାବ ପାଲଟିଛି। ମମତାଙ୍କ ବିରୋଧ ପାଇଁ କୋଲକାତା ମେଟ୍ରୋ ଆଗେଇ ପାରୁନି ବୋଲି କହିଛନ୍ତି ଅମିତ ଶାହ।

Leave A Reply

Your email address will not be published.