କୋଲକାତା: ପଶ୍ଚିମବଙ୍ଗ ରାଜ୍ୟପାଳଙ୍କୁ ବୋମାରେ ଉଡ଼ାଇ ଦେବାକୁ ଧମକ। ପଶ୍ଚିମବଙ୍ଗ ରାଜ୍ୟପାଳ ସି.ଭି. ଆନନ୍ଦ ବୋଷଙ୍କୁ ମିଳିଛି ହତ୍ୟା ଧମକ। ଏକ ଇମେଲ୍ ଜରିଆରେ ତାଙ୍କୁ ବୋମାରେ ଉଡ଼ାଇ ଦେବାକୁ ଧମକ ଦିଆଯାଇଛି। ବୋମା ଧମକ ମିଳିବା ପରେ ରାଜ୍ୟପାଳଙ୍କ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି।
ସେପଟେ ଘଟଣା ନେଇ କେନ୍ଦ୍ର ଗୃହ ମନ୍ତ୍ରୀଙ୍କୁ ଅବଗତ କରାଯାଇଛି। ରାଜ୍ୟ ପୋଲିସ୍ ଏବଂ CRPF ମିଳିତ ଭାବେ ରାଜ୍ୟପାଳଙ୍କ ସୁରକ୍ଷା ଦାୟିତ୍ୱ ତୁଲାଉଛନ୍ତି। ବୋମା ଆକ୍ରମଣ ଧମକ ପରେ ଗତ ମଧ୍ୟରାତ୍ରିରେ ସୁରକ୍ଷା ବାହିନୀର ଏକ ଜରୁରୀକାଳୀନ ବୈଠକ ମଧ୍ୟ ବସିଥିଲା।
Comments are closed.