Latest Odisha News

BREAKING NEWS

ବେଙ୍ଗଲ ୪୪୩ ରନରେ ଅଗ୍ରଣୀ, ଓଡିଶାର ସେମିରେ ପ୍ରବେଶ ଆଶା କ୍ଷୀଣ

କଟକ: ରଣଜୀ କ୍ୱାର୍ଟର ଫାଇନାଲରେ ଓଡିଶାର ନୈରାଶ୍ୟଜନକ ପ୍ରଦର୍ଶନ ଜାରି ରହିଛି । ବ୍ୟାଟ୍ସମ୍ୟାନଙ୍କ ପରେ ବୋଲରମାନେ ମଧ୍ୟ ବେଙ୍ଗଲ ବ୍ୟାଟ୍ସମ୍ୟାନଙ୍କୁ ଅଟକାଇବାରେ ସଫଳ ହୋଇପାରି ନାହାନ୍ତି । ୪ର୍ଥ ଦିବସ ଖେଳ ଶେଷ ବେଳକୁ ବେଙ୍ଗଲ ଦ୍ୱିତୀୟ ଇନିଂସରେ ୭ ଉଇକେଟ ବିନିମୟରେ ୩୬୧ ରନ କରି ଓଭରାଲ ୪୪୩ ରନର ଅଗ୍ରଣୀ ହାସଲ କରିଛି ।

ଅଭିଷେକ ରହେମାନ (୬୭), ଶ୍ରୀବତ୍ସ ଗୋସ୍ୱାମୀ(୭୮) ଓ ଶାହାବାଜ ନଦୀମ (୫୨ଞ୍ଚ) ଅର୍ଦ୍ଧଶତକ ହାସଲ କରିଥିଲେ । ଓଡିଶା ପକ୍ଷରୁ ଗୋବିନ୍ଦ ପୋଦ୍ଧାର ୩ଟି ଓ ଅନୁରାଗ ଷଡଙ୍ଗି ୨ଟି ଉଇକେଟ ଅକ୍ତିଆର କରିଥିଲେ ।

ପୂର୍ବରୁ ବେଙ୍ଗଲର ପ୍ରଥମ ଇନିଂସ ସ୍କୋର ୩୩୨ ରନ ଜବାବରେ ଓଡିଶାରେ ୨୫୦ ରନ କରିବାକୁ ସକ୍ଷମ ହୋଇଥିଲା ।

Leave A Reply

Your email address will not be published.