Latest Odisha News

BREAKING NEWS

ଓଡିଶାରୁ ନାବାଳିକା ଅପହରଣ କରି ସମଲିଙ୍ଗୀ ସମ୍ପର୍କ ରଖାଇବା ଅଭିଯୋଗରେ ଗିରଫ ହେଲେ ପଶ୍ଚିମବଙ୍ଗ ମହିଳା 

ଭବାନୀପାଟଣା: ସମଲିଙ୍ଗୀ ସମ୍ପର୍କ ପାଇଁ ନାବାଳିକାକୁ ଅପହରଣ ଅଭିଯୋଗରେ କାଲାହାଣ୍ଡି ଜିଲ୍ଲାର ଧରମଗଡରୁ ଏକ ପୋଲିସ ଟିମ ମଙ୍ଗଳବାର ପଶ୍ଚିମବଙ୍ଗର ଜଣେ ମହିଳାଙ୍କୁ ଗିରଫ କରିଛି।

ସୂଚନାନୁସାରେ, ୧୭ ବର୍ଷୀୟା ଏହି ନାବାଳିକାଙ୍କ ବାପା ତାଙ୍କ ଝିଅ ନିଖୋଜ ହୋଇ ଯାଇଥିବା ସେପ୍ଟେମ୍ବର ୧୭ ରେ ଅଭିଯୋଗ ଦାଖଲ କରିଥିଲେ।

ସାଇବର ସେଲ ସାହାଯ୍ୟରେ ପୋଲିସ ତାଙ୍କ ମୋବାଇଲକୁ ଟ୍ରାକ କରି ପଶ୍ଚିମବଙ୍ଗରେ ଥିବା ଜାଣିବାକୁ ପାଇଥିଲା। ପରେ ଧର୍ମଗଡ଼ ପୋଲିସ ଷ୍ଟେସନର ଏକ ଟିମ୍ ଝିଅଟିକୁ ପଶ୍ଚିମବଙ୍ଗର ଏହି ମହିଳାଙ୍କ ଘରୁ ଉଦ୍ଧାର କରିଥିଲେ।

ଧର୍ମଗଡ଼ ପୋଲିସ ଷ୍ଟେସନ ଇନଚାର୍ଜ ଚନ୍ଦ୍ରସେଖର ସାବର କହିଛନ୍ତି ଯେ, ପଚରାଉଚରା ବେଳେ ଅଭିଯୁକ୍ତ ଜଣଙ୍କ ଅପରାଧ ସ୍ୱୀକାର କରିଛନ୍ତି। ସେ ପଶ୍ଚିମବଙ୍ଗର ନଦିଆର ବାସିନ୍ଦା ଅଟନ୍ତି ବୋଲି ସେ କହିଛନ୍ତି

“ପଚରାଉଚରା ବେଳେ ସେ ନାବାଳିକାକୁ ସମଲିଙ୍ଗୀ ସମ୍ପର୍କ ପାଇଁ ଅପହରଣ କରିଥିବା ସ୍ୱୀକାର କରିଛନ୍ତି।

Comments are closed.