Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ପୁଣି ଶ୍ରୀମନ୍ଦିର ସୁରକ୍ଷା ନେଇ ପ୍ରଶ୍ନ ? ନାଟମଣ୍ଡପ ଉପରେ ଚଢୁଥିବା ବେଳେ ବଙ୍ଗୀୟ ଯୁବକ ଅଟକ

ପୁଣି ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ । ଶ୍ରୀମନ୍ଦିର ନାଟମଣ୍ଡପ ଉପରେ ଜଣେ ବଙ୍ଗୀୟ ଯୁବକ ଚଢୁଥିବା ବେଳେ ଜଣେ ବଙ୍ଗୀୟ ଯୁବକୁ ଅଟକ ରଖିଛି ପୋଲିସ। ଅଟକ ଯୁବକ ଜଣକ ହେଉଛି ପଶ୍ଚିମବଙ୍ଗ  ହଳଦୀଆପଡ଼ା  ଅଞ୍ଚଳର ରାକେଶ ହାଜରା । ଆଜି ମଧ୍ୟାହ୍ନ ସମୟରେ ରାକେଶ ଘଣ୍ଟି ଦ୍ବାର ଦେଇ ନାଟ ମଣ୍ଡପରେ ଚଢୁଥିବା ବେଳେ ତାଙ୍କୁ ସେବାୟତ, ଅଗ୍ନିଶମ ବିଭାଗ ଓ ପୋଲିସ ଉଦ୍ଧାର କରିଥିଲେ।

ସମ୍ପୃକ୍ତ ଯୁବକ ରାକେଶଙ୍କୁ ସିଂହଦ୍ୱାର ପୋଲିସ ଅଟକ ରଖିଛି । ତେବେ କ’ଣ ପାଇଁ ଯୁବକ ଜଣଙ୍କ ଏପରି ଉଦ୍ୟମ କରିଥିଲେ ତାହାର କାରଣ ଜଣାପଡ଼ିନାହିଁ । ଯୁବକଙ୍କୁ ଅଟକ ରଖି ତଦନ୍ତ କରୁଛି ପୋଲିସ ।

ତେବେ ଗତ କିଛିଦିନ ପୂର୍ବେ ଶ୍ରୀମନ୍ଦିର ରୋଷ ଘରେ ପଶି ଚୁଲି ଭଙ୍ଗା ଘଟଣା, ସିଂହଦ୍ଵାର ଗୁମୁଟରୁ ଜଣେ କିନ୍ନରଙ୍କ ଆତ୍ମହତ୍ୟା କରି ମୃତ୍ୟୁ ବରଣ କରିବା ଘଟଣା ଓ ଏବେ ନାଟମଣ୍ଡପରେ ବଙ୍ଗୀୟ ଯୁବକ ଚଢିବା ଘଟଣା ଶ୍ରୀମନ୍ଦିର ଢିଲା ସୁରକ୍ଷା ବ୍ୟବସ୍ଥାକୁ ପଦାରେ ପକାଇଛି ।

Leave A Reply

Your email address will not be published.