ବାଲେଶ୍ୱର:ମାର୍ଚ୍ଚ ୨୯ ତାରିଖରେ ତାଳସାରୀ ବେଳାଭୂମିରେ ବଙ୍ଗାଳି ଟେଲି ଫିଲ୍ମ ସୁଟିଂ ବେଳେ ଅଭିନେତା ରାହୁଲ ବାନାର୍ଜୀଙ୍କ ସମୁଦ୍ରରେ ବୁଡି ମୃତ୍ୟୁ ହୋଇଥିଲା । ଘଟଣାକୁ ୬ ଦିନ ବିତିବାକୁ ବସିଥିବା ବେଳେ ଶନିବାର ବିଳମ୍ବିତ ରାତିରେ ତାଳସାରୀ ସାମୁଦ୍ରିକ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ମୃତକଙ୍କ ସ୍ତ୍ରୀ ପ୍ରିୟଙ୍କା । ତାଳସାରୀ ମେରାଇନ ଥାନାରେ ଲିଖିତ ଅଭିଯୋଗ କରିବା ସହ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି ମୃତକଙ୍କ ପତ୍ନୀ ପ୍ରିୟଙ୍କା ବାନାର୍ଜୀ ଓ ଫିଲ୍ମ ଇଣ୍ତଷ୍ଟ୍ରୀର କଳାକାର ।
ଏହି ମୃତ୍ୟୁ ପଛରେ କୌଣସି ଷଡ଼ଯନ୍ତ୍ର ଥିବା ସନ୍ଦେହ କରି ପ୍ରିୟଙ୍କା ୫ ଜଣଙ୍କ ବିରୋଧରେ ଅଭିଯୋଗ କରିଛନ୍ତି ।
ରାହୁଲଙ୍କ ପତ୍ନୀ ଅଭିଯୋଗ କରିବା ପରେ ବାଲେଶ୍ୱର ଅତିରିକ୍ତ ଏସପି କହିଛନ୍ତି, ଲିଖିତ ଅଭିଯୋଗ ପରେ ମେରାଇନ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।