Latest Odisha News

BREAKING NEWS

୬୦ ଛାତ୍ରଛାତ୍ରୀ କରୋନା ପଜିଟିଭ

ବେଙ୍ଗାଲୁରୁ: ବେଙ୍ଗାଲୁରୁ ଏକ ଆବାସିକ ବୋର୍ଡିଂ ସ୍କୁଲର ୬୦ ଜଣ ଛାତ୍ରଛାତ୍ରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

“୪୮୦ ଜଣ ଛାତ୍ରଙ୍କ ମଧ୍ୟରୁ ୬୦ ଜଣ ଛାତ୍ର କରୋନା ସଂକ୍ରମିତ ହୋଇଛନ୍ତି। ଦୁଇ ଜଣ ଛାତ୍ରଙ୍କର ସାମାନ୍ୟ ଲକ୍ଷଣ ଥିଲା ଏବଂ ଉଭୟ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ବାକି ଛାତ୍ରମାନଙ୍କୁ କ୍ବାରେଣ୍ଟାଇନ୍‌ ସୁବିଧା ସହ ଉପଯୁକ୍ତ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି” ବୋଲି ଡିସି କହିଛନ୍ତି।

“ବିଦ୍ୟାଳୟଟି ଅକ୍ଟୋବର ୨୦ ପର୍ଯ୍ୟନ୍ତ ବନ୍ଦ ରହିଛି। ଚିନ୍ତା କରିବାର କୌଣସି କାରଣ ନାହିଁ,ଆମର ଦଳ ସେଠାରେ ଅଛନ୍ତି, ଆମେ ସମସ୍ତଙ୍କୁ ପରୀକ୍ଷା କରିଛୁ ବୋଲି ବରିଷ୍ଠ ଅଧିକାରୀ କହିଛନ୍ତି।

Comments are closed.