Latest Odisha News

BREAKING NEWS

ହୀରାକୁଦ ଡ୍ୟାମ୍ ଭର୍ତ୍ତି: କ୍ଷମତା ଯେତିକି ଏବେ ପାଣି ଅଛି ସେତିକି

ସମ୍ୱଲପୁର: ହୀରାକୁଦ ଜଳଭଣ୍ଡାର ଫୁଲ୍ । ଯେତିକି ଜଳ ଧାରଣ କ୍ଷମତା ଏବେ ଡ୍ୟାମରେ ସେତିକି ପରିମାଣର ଜଳ ରହିଛି । ହୀରାକୁଦ ଡ୍ୟାମର ବିପଦ ସଙ୍କେତ ୬୩୦ ଫୁଟ୍ । ଏବେ ଜଳଭଣ୍ଡାରରେ ସମାନ ପରିମାଣର ଜଳସ୍ତର ରହିଛି । ଏବେ ଦୁଇଟି ଗେଟ୍ ଦେଇ ପାଣି ନିଷ୍କାସିତ ହେଉଛି ।

ବର୍ତ୍ତମାନ ଜଳଭଣ୍ଡାରରେ ପ୍ରତି ସେକେଣ୍ଡରେ ପ୍ରବେଶ କରୁଛି ୪୪ହଜାର ୧୭୮ କ୍ୟୁସେକ୍ ପାଣି । ସେତିକି ପାଣି ବି ନିଷ୍କାସିତ ହେଉଥିବା ସୂଚନା ମିଳିଛି । ସେପ୍ଟେମ୍ବରରେ ପ୍ରବଳ ବର୍ଷା ହୋଇଛି । ବାରମ୍ବାର ଲଘୁଚାପ ପ୍ରଭାବରେ ଉପରମୁଣ୍ଡରେ ପ୍ରବଳ ବର୍ଷିଛି । ଫଳରେ ଫୁଲିଛି ହୀରାକୁଦ ।

ସେପ୍ଟେମ୍ବରରେ ଡ୍ୟାମର ଜଳସ୍ତର ବିପଦ ସଙ୍କେତ ଯାଏ ଛୁଇଁଛି । ପୂର୍ବରୁ ୨୬ଟି ଗେଟ୍ ଦେଇ ବନ୍ୟା ପାଣି ନିଷ୍କାସିତ ହୋଇଥିଲା । ଗତ କିଛି ଦିନ ହେବ ଜଳଭଣ୍ଡାରରେ ୬୨୯ ଫୁଟରୁ ସାମାନ୍ୟ ଅଧିକ ରହୁଥିଲା ଜଳସ୍ତର । ଗତକାଲି ଅପରାହ୍ଣରେ ଜଳସ୍ତର ସର୍ବୋଚ୍ଚ ସ୍ତର ଛୁଇଁଛି ।

Leave A Reply

Your email address will not be published.