Latest Odisha News

ଓମିକ୍ରନ ସଂକ୍ରମିତ ଚିହ୍ନଟ ଡ଼ାକ୍ତରଙ୍କ ସଂସ୍ପର୍ଶରେ ଆସି ୫ଜଣ କରୋନା ପଜିଟିଭ୍

ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ଓମିକ୍ରନ ଚିହ୍ନଟ ଡ଼ାକ୍ତରଙ୍କ ସଂସ୍ପର୍ଶରେ ଆସିଥିବା ୫ଜଣ କରୋନା ପଜିଟିଭ ହୋଇଛନ୍ତି । ଓମିକ୍ରନ ସଂକ୍ରମିତ ଡାକ୍ତର ଜଣଙ୍କ ବନେରଘାଟ ରାଡ୍ରେ ଥିବା ଏକ ହସ୍ପିଟାଲରେ କାର୍ଯ୍ୟରତ ଅଛନ୍ତି । ଦୁଇ ଜଣ ପରିବାର ସଦସ୍ୟ ଓ ତାଙ୍କର ଜଣେ ସହଯୋଗୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଡ଼ାକ୍ତରଙ୍କ ପତ୍ନୀ ମଧ୍ୟ ଜଣେ ଡ଼ାକ୍ତର । ସେ ଓ ତାଙ୍କ ୧୩ବର୍ଷର ଝିଅ ପଜିଟିଭ ଚିହ୍ନଟ ହୋଇଥିବାବେଳେ ୬ବର୍ଷର ପୁଅର ରିପୋର୍ଟ ନେଗେଟିଭ ଆସିଛି । ଡ଼ାକ୍ତରଙ୍କ ସହଯୋଗୀ, ତାଙ୍କ ପତ୍ନୀ ଓ ଶ୍ୱଶୁର ମଧ୍ୟ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ଜଣଙ୍କ ନିକଟରୁ ୫ଜଣ ସଂକ୍ରମିତ ହୋଇଥିବାବେଳେ ସେମାନଙ୍କ ନମୁଦା ଜିନମ୍ ସିକ୍ୱେନ୍ସିଂ ପାଇଁ ପଠାଯାଇଛି । ଥଣ୍ଡା ଓ ଶରୀର ପୀଡ଼ା ହେବାରୁ ନଭେମ୍ବର ୨୨ତାରିଖରେ ସେ କରୋ ଟେଷ୍ଟ କରିଥିଲେ । ତାଙ୍କର ରିପୋର୍ଟ ପଜିଟିଭ ଆସିବା ପରେ ହସ୍ପିଟାଲ ତରଫରୁ ତାଙ୍କ ନମୂନା ଜିନମ ସିକ୍ୱେନ୍ସିଂ ପାଇଁ ପଠାଯାଇଥିଲା । ଗୁରୁବାର ଦିନ ସେ ଓମିକ୍ରନ ସଂକ୍ରମିତ ଥିବା ଜଣାପଡ଼ିଥିଲା ।

ଡ଼ାକ୍ତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଡ଼ାକ୍ତର ଜଣଙ୍କ କରୋନାର ଦୁଇଟି ଡ଼ୋଜ୍ ନେଇସାରିଛନ୍ତି । ତାଙ୍କର ପ୍ରାଇମେରୀ କଣ୍ଟାକ୍ଟରେ ୧୩ଜଣ ଆସିଥିବାବେଳେ ସେକେଣ୍ଡାରୀ କଣ୍ଟାକ୍ଟରୁ ୨ଜଣ ଓ ସେକେଣ୍ଡାରୀ କଣ୍ଟାକ୍ଟରୁ ଜଣେ ପଜିଟିଭ ହୋଇଛନ୍ତି ।

Leave A Reply

Your email address will not be published.