Latest Odisha News

ସଫ୍ଟୱେର୍ ଡେଭଲପରରୁ ରାପିଡୋ ଡ୍ରାଇଭର, ଭାଇରାଲ ହେଉଛି ଯୁବକଙ୍କ ଚାକିରି ଖୋଜିବାର ନୂଆ ଉପାୟ

ବେଙ୍ଗାଲୁରୁ: ଆଇଟି, ଦେଶର ଅନ୍ୟତମ ବୃହତ୍‌ କର୍ମଯୋଗାଣ କ୍ଷେତ୍ର। କିନ୍ତୁ କିଛି ମାସ ହେବ ଆଇଟି କମ୍ପାନୀଗୁଡ଼ିକ ନିଜର କର୍ମଚାରୀଙ୍କୁ ଲେ-ଅଫ୍ କରିବା ଆରମ୍ଭ କରିଛନ୍ତି। ଯେଉଁଥିପାଇଁ ବିଶ୍ୱର ବହୁ ଇଞ୍ଜିନିୟରମାନେ ଏବେ ଚାକିରି ହରାଇଛନ୍ତି। କିଛି ଇଞ୍ଜିନିୟରମାନେ ଅନ୍ୟାନ୍ୟ କମ୍ପାନୀରେ ଚାକିରି ପାଇଲେଣି ତ କିଛି କର୍ମଚାରୀମାନେ ରୋଜଗାରର ଅନ୍ୟ ପନ୍ଥା ଆପଣାଉଛନ୍ତି। ଏହାରି ଭିତରେ ସୋସିଆଲ ମିଡିଆରେ ଜଣେ ସପ୍ଟୱେର ଡେଭେଲପର ଚାକିରି ହରାଇବା ପରେ ରାପିଡୋ ବାଇକ ଚଲାଇ ରୋଜଗାର କରୁଥିବା ଏକ ପୋଷ୍ଟ ବହୁତ ଭାଇରାଲ ହେବାରେ ଲାଗିଛି। ଏହି ପୋଷ୍ଟକୁ ବହୁତ ଲୋକେ ଲାଇକ ଏବଂ ସେୟାର କରୁଛନ୍ତି।

ମିଡିଆ ରିପୋର୍ଟ ଅନୁଯାୟୀ, ବେଙ୍ଗାଲୁରୁରେ ରହୁଥିବା ଶ୍ରୀନିବାସ ରାପୋଲୁ ଜଣେ ଜାଭା ଡେଭେଲପର୍। ସେ ପ୍ରସିଦ୍ଧ ଆଇଟି କମ୍ପାନୀ ଏଚସିଏଲ (HCL)ରେ କାମ କରୁଥିଲେ। କିନ୍ତୁ କିଛି ଦିନ ପୂର୍ବରୁ କମ୍ପାନୀ ଚାକିରିରୁ ଛଟେଇ କରିଦେଲା। କିଛି ଦିନ ଧରି ଶ୍ରୀନିବାସ ଚାକିରି ଖୋଜିବାକୁ ଚେଷ୍ଟା କଲେ କିନ୍ତୁ ସଫଳତା ନପାଇ ଯୁବକ ଜଣକ ତାଙ୍କ ଖର୍ଚ୍ଚ ପୂରଣ କରିବା ପାଇଁ ଡ୍ରାଇଭର ଭାବରେ ରାପିଡୋରେ ଯୋଗ ଦେଇଥିଲେ।

ଏହା ପରେ ଯୁବକ ଜଣକ ଚାକିରି ପାଇବା ପାଇଁ ଏକ ଅଦ୍ଭୁତ ଉପାୟ ପାଇଲେ। ପ୍ରକୃତରେ ଯୁବକ ଜଣକ ତାଙ୍କ ବାଇକରେ ଯାଉଥିବା ପ୍ରତ୍ୟେକ ଗ୍ରାହକଙ୍କୁ ନିଜ ଚାକିରି ହରେଇବା କାହାଣୀ କହୁଥିଲେ ଏବଂ ସେ ଜଣେ ଜାଭା ଡେଭଲପର୍, ତାଙ୍କୁ କିଛି କାମ ଦେବା ପାଇଁ ନିବେଦନ କରୁଥିଲେ। ତାଙ୍କର କୌଶଳ ସତରେ କାମ କଲା। ଜଣେ ଯୁବକ ସୋସିଆଲ ମିଡିଆରେ ତାଙ୍କ କାହାଣୀ ସେୟାର କରିଥିଲେ। ଏହା ସହିତ ସୋସିଆଲ ମିଡିଆରେ ଯୁବପିଢିଙ୍କ ରେଜ୍ୟୁମେ ମଧ୍ୟ ସେୟାର କରାଯାଇଥିଲା।

ଏହି ପୋଷ୍ଟ ବର୍ତ୍ତମାନ ଦୃତଗତିରେ ଭାଇରାଲ ହୋଇଛି। ଲୋକମାନେ ଏହା ଉପରେ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଉଛନ୍ତି। କିଛି ଲୋକ ଏହାକୁ ପ୍ରଚାର କରିବା ପାଇଁ ଏକ ଉପାୟ କହୁଥିବାବେଳେ କିଛି ଲୋକ ପ୍ରକୃତରେ ଯୁବକଙ୍କ ଉଦ୍ୟମରେ ପ୍ରଭାବିତ ହୋଇଥିଲେ। ସୋସିଆଲ ମିଡିଆରେ ଅନେକ ୟୁଜର୍ସ ଯୁବକମାନଙ୍କୁ ଚାକିରି ପାଇବାରେ ସାହାଯ୍ୟ କରିବା ବିଷୟରେ କହିଛନ୍ତି। ଏପରିକି ମାମଲା ଏଚସିଏଲ କମ୍ପାନୀରେ ପହଞ୍ଚିଛି। ଯାହା ପରେ କମ୍ପାନୀ ସମସ୍ତ ସମ୍ଭାବ୍ୟ ସାହାଯ୍ୟର ପ୍ରତିଶୃତି ଦେଇଛି।

Comments are closed.