Latest Odisha News

ଦିଗପହଣ୍ଡି ରେଞ୍ଜରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବ୍ରହ୍ମପୁର: ଭିଜିଲାନ୍ସ ଜାଲରେ ଆଉଜଣେ ସରକାରୀ ବାବୁ। ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଫରେଷ୍ଟ ରେଞ୍ଜର କାହ୍ନୁ ଚରଣ ପଟ୍ଟନାୟକଙ୍କୁ ଏଥର ସ୍କାନରରେ। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଦିଗପହଣ୍ଡିରେ ତାଙ୍କର ସରକାରୀ କାର୍ଯ୍ୟାଳୟ, ସରକାରୀ ବାସଭବନ ଏବଂ ବ୍ରହ୍ମପୁର ଘରେ ଭିଜିଲାନ୍ସ ଚଢ଼ାଉ କରିଛି। ବ୍ରହ୍ମପୁର ଭିଜିଲାନ୍ସର ୬ଜଣିଆ ଟିମ ଚଢ଼ଉ ଜାରି ରହିଥିବା ସୂଚନା ମିଳିଛି।

ମିଳିଥିବା ସୂଚନା ଅନୁସାରେ, ବିଳମ୍ବିତ ରାତିରେ ଦିଗପହଣ୍ଡି ସରକାରୀ କାର୍ଯ୍ୟାଳୟରୁ ଘରକୁ ଫେରୁଥିବା ବେଳେ କାହ୍ନୁ ଚରଣ ପଟ୍ଟନାୟକଙ୍କୁ ଧରିଥିଲା ବ୍ରହ୍ମପୁର ଭିଜିଲାନ୍ସ ଟିମ୍। ଗଣିଆନାଳ ଛକରେ ଧରିବା ପରେ ତାଙ୍କ ମାରୁତି ସ୍ୱିଫ୍ଟ କାରରୁ ଦେଢ ଲକ୍ଷ ନଗଦ ଟଙ୍କା ମିଳିଥିଲା। ଏହି ଟଙ୍କା ଅନୈତିକ ଉପାୟରେ ଅଣାଯାଇଥିବା ସନ୍ଦେହ କରି ଛଡ଼ାଉ କରିଥିଲା ଭିଜିଲାନ୍ସ। ଠିକ୍ ସେହିପରି ତାଙ୍କର ଅନ୍ୟ ଏକ ଠିକଣାରୁ ନଗଦ ସାଢେ ୩ ଲକ୍ଷ ଟଙ୍କା ଜବତ କରାଯାଇଛି। ଏପରି ମୋଟ ୫ ଲକ୍ଷ ଟଙ୍କା ନଗଦ ଜବତ କରିଛି ଭିଜିଲାନ୍ସ।

ଟଙ୍କା ଜବତ ହେବା ପରେ ଜବାବ ମାଗିପୁର ସନ୍ତୋଷଜନକ ଉତ୍ତର ଦେଇପାରି ନଥିଲେ ରେଞ୍ଜର ଶ୍ରୀ ପଟ୍ଟନାୟକ। ଏହାପରେ ତାଙ୍କର ଦିଗପହଣ୍ଡି କାର୍ଯ୍ୟାଳୟ ଏବଂ ସରକାରୀ ବାସଭବନରେ ଭିଜିଲାନ୍ସର ଟିମ୍ ଚଢ଼ଉ କରିଥିଲା। ଚଢ଼ାଉ ସାରି ରାତି ୨ଟା ବେଳେ ଫେରିଥିଲା ଭିଜିଲାନ୍ସ ଟିମ୍। ପୁଣି ବ୍ରହ୍ମପୁର ତୁଳସୀ ନଗର ୭ ନମ୍ବର ଲାଇନରେ ଥିବା ତାଙ୍କର ଏକ ଘରେ ଭିଜିଲାନ୍ସ ଚଢ଼ଉ ହୋଇଛି।

Leave A Reply

Your email address will not be published.