Latest Odisha News

ଏମିତି ମଲ୍ ଯେଉଁଠି ହଜାର ଟଙ୍କାର ବିଲ୍ ଦେଖେଇଲେ ବାଥରୁମରେ ମିଳେ ଏଣ୍ଟ୍ରୀ!

ବେଙ୍ଗାଲୁରୁ: ଏମିତି ଏକ ମଲ୍ ଯେଉଁଠି ହଜାର ଟଙ୍କାର ବିଲ୍ ଦେଖାଇଲେ ବାଥରୁମରେ ମିଳେ ଏଣ୍ଟ୍ରୀ । କୌଣସି ବାହାର ଦେଶରେ ନୁହେଁ ଏଭଳି ଏକ ମଲ୍ ରହିଛି କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁରେ । କଥା ଟା ଅଜବ ଲାଗୁଥିଲେ ମଧ୍ୟ ସତ । ବେଙ୍ଗାଲୁରୁର ହ୍ବାଇଟ ଫିଲ୍ଡ ଅଞ୍ଚଳରେ ରହିଛି ‘ଫୋନିକ୍ସ’ ମଲ୍ । ଯେଉଁଠି ଏହି ନିୟମ ଲାଗୁ ହୋଇଛି ।

ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ ରେ ରେଡ୍ଡିଟ୍ ରେ ଡେସ୍କକି ୯୬୩୩ ନାମକ ଜଣେ ଉପଭୋକ୍ତା ଏକ ଫଟୋ ପୋଷ୍ଟ ସେୟାର କରିଛନ୍ତି । ଯେଉଁଥିରେ ସେ ଲେଖିଛନ୍ତି ଯେ, ହ୍ବାଇଟ୍ ଫିଲ୍ଡରେ ଏକ ପ୍ରସିଦ୍ଧ ମଲ୍ ରହିଛି । ଏଠାରେ ତଳ ମହଲାରେ ଏକ ଭିଆଇପି ବାଥରୁମ୍ ଅଛି । କେବଳ ସେହି ଲୋକମାନେ ଏହି ବାଥରୁମକୁ ଯାଇପାରିବେ ଯେଉଁମାନେ ମଲରେ ହଜାର ଟଙ୍କା ପର୍ଯ୍ୟନ୍ତ ସପିଂ ବିଲ୍ ଦେଖାଇବେ । ତେବେ ଏ ସମ୍ପର୍କରେ ମଲ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଦିଆଯାଇ ନାହିଁ ।

ଏହି ପୋଷ୍ଟ ପରେ ଅନେକ ୟୁଜର୍ସ ମାନେ କମେଣ୍ଟ ଦେବା ଆରମ୍ଭ କରିଦେଇଛନ୍ତି । କେହି କେହି ଏହି ମଲ୍ ର ଉକ୍ତ ବାଥରୁମ୍ କୁ ଅତି ଖରାପ ଓ ମଲ୍ ର ମ୍ୟାନେଜରଙ୍କ କାମଖିଆଳି ମନଭାବ ବୋଲି କହିଛନ୍ତି ।

ସୂଚନାଯୋଗ୍ୟ, ଏହାପୂର୍ବରୁ ଜୁଲାଇ 16 ରେ ଜଣେ କୃଷକଙ୍କୁ ବେଙ୍ଗାଲୁରୁର ଏକ ମଲରେ ପ୍ରବେଶ କରିବା ନେଇ ଅଟକା ଯାଇଥିଲା । ପ୍ରକୃତରେ ବୃଦ୍ଧ କୃଷକ ଜଣକ ଧୋତି ପିନ୍ଧିଥିଲେ, ଗାର୍ଡ ତାଙ୍କୁ ଧୋତି ବଦଳରେ ପ୍ୟାଣ୍ଟ ପିନ୍ଧି ଆସିବାକୁ କହିଥିଲେ । ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ଏହା ପରେ ପୋଲିସ ଏ ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଇଥିଲା ।

Comments are closed.