Latest Odisha News

BREAKING NEWS

ବେଙ୍ଗାଳୁରୁରେ ଠକେଇ, ଭୁବନେଶ୍ୱରରୁ ୩ ଆନ୍ତଃରାଜ୍ୟ ଠକ ଗିରଫ

ଭୁବନେଶ୍ୱର: ଚାକିରି ନାଁରେ ବେଙ୍ଗାଳୁରୁରେ ଠକେଇ । ଭୁବନେଶ୍ୱରରୁ ଗିରଫ । ୩ ଆନ୍ତଃରାଜ୍ୟ ଠକଙ୍କୁ ଭୁବନେଶ୍ୱରରୁ ଗିରଫ କରିଛି ବେଙ୍ଗାଳୁରୁ ପୋଲିସର ସ୍ୱତନ୍ତ୍ର ଟିମ୍ । ଚନ୍ଦ୍ରଶେଖରପୁର ପୋଲିସ ସହାୟତାରେ ସେମାନଙ୍କୁ ଗିରଫ କରାଯାଇଛି । ଚାକିରି କରାଇବା ନାଁରେ ୨୦ ଲକ୍ଷ ଠକେଇ ଅଭିଯୋଗରେ ୩ ଜଣ ଗିରଫ ହୋଇଛନ୍ତି ।

ଗିରଫ ୩ ଅଭିଯୁକ୍ତଙ୍କ ମଧ୍ୟରେ ଅଛନ୍ତି ୨ ଓଡ଼ିଆ । ଅନ୍ୟ ଜଣେ ଅଭିଯୁକ୍ତ ପୁଣେର ବୋଲି ଜଣା ପଡିଛି । ସଫ୍ଟଓ୍ୱେୟାର କମ୍ପାନୀରେ ଚାକିରି କରାଇ ଦେବାକୁ କହି ଲୋକଙ୍କୁ ଚୂନ ଲଗାଇଥିଲେ । ୨୦ ଲକ୍ଷ ଟଙ୍କା ଠକେଇ କରି ଚମ୍ପଟ ମାରିଥିଲେ ଅଭିଯୁକ୍ତ ।

ବେଙ୍ଗାଳୁରୁ ପୋଲିସ ପାଇଁ ୨୦୧୮ ମସିହାରୁ ଏହି ୩ ଠକ ଓ୍ୱାଣ୍ଟେଡ ତାଲିକାରେ ଥିଲେ । ଚନ୍ଦ୍ରଶେଖରପୁର ପୋଲିସ ସେମାନଙ୍କୁ ଗିରଫ ପରେ ବେଙ୍ଗାଳୁରୁ ପୋଲିସକୁ ହସ୍ତାନ୍ତର କରିଛି । ୩ ଅଭିଯୁକ୍ତଙ୍କୁ ଟ୍ରାନଜିଟ୍ ରିମାଣ୍ଡରେ ନେବ ବେଙ୍ଗାଳୁରୁ ପୋଲିସ ।

Comments are closed, but trackbacks and pingbacks are open.