Latest Odisha News

BREAKING NEWS

[ଭିଡ଼ିଓ] ପୁରୀରେ ଶ୍ରୀଜିଉଙ୍କ ଦର୍ଶନ କଲେ 5-T ସଚିବ

ପୁରୀ: ପୁରୀ ଗସ୍ତରେ ୫-ଟି ସଚିବ ଭିକେ ପାଣ୍ଡିଆନ୍ । ପୁରୀ ଗସ୍ତ କରିବା ସହିତ ମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ କରିଛନ୍ତି ୫-ଟି ସଚିବ ଭିକେ ପାଣ୍ଡିଆନ୍ । ଗସ୍ତ କାଳରେ ସେ ଶ୍ରୀମନ୍ଦିର ପରିକ୍ରମା ମାର୍ଗ ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିବା ଜଣାପଡ଼ିଛି । ସିଂହଦ୍ଵାର ଠାରୁ ଆରମ୍ଭ କରି ଉତ୍ତରଦ୍ୱାର ପର୍ଯ୍ୟନ୍ତ ବାହାରେ ଅନୁଧ୍ୟାନ କରିବା ସହ ଏ ନେଇ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ।

ତେବେ ପ୍ରତି ଶନିବାର ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଥିବା ବେଳେ ଆଜି ବସନ୍ତ ପଞ୍ଚମୀ ରେ ମହାପ୍ରଭୁଙ୍କୁ ସପରିବାର ଦର୍ଶନ କରିଛନ୍ତି । ସେପଟେ ସେବାୟତଙ୍କ ପକ୍ଷରୁ ତାଙ୍କୁ ମହାପ୍ରଭୁଙ୍କ ପଦ୍ମବେଶର ଓଲାଗି ହଂସ ପ୍ରଦାନ କରାଯାଇଥିଲା।

ପଶ୍ଚିମଦ୍ୱାର ପଟେ ଆରମ୍ଭ ହୋଇଥିବା ନିର୍ମାଣ କାର୍ଯ୍ୟକୁ ସେ ବୁଲି ଦେଖିବା ପରେ ସେ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିଥିବା ଜଣାପଡିଛି ।

Comments are closed, but trackbacks and pingbacks are open.