ବେଙ୍ଗାଲୁରୁ: ଆଜିର ସମୟରେ, ଏକ ଭଲ ଚାକିରି ପାଇବା ପାଇଁ ଏକ ଟପ୍ କଲେଜ ଡିଗ୍ରୀ ଏବଂ ଏକ ଭଲ ରିଜ୍ୟୁମ ରହିବା ଆବଶ୍ୟକ ବୋଲି ବିବେଚନା କରାଯାଏ, କିନ୍ତୁ ବେଙ୍ଗାଲୁରୁର ଏକ କମ୍ପାନୀ ଏହି ଚିନ୍ତାଧାରାକୁ ସମ୍ପୂର୍ଣ୍ଣ ରୂପେ ବଦଳାଇ ଦେଇଛି । ବେଙ୍ଗାଲୁରୁ (ଇନ୍ଦିରାନଗର) ସ୍ଥିତ ଏକ ସ୍ମଲେଷ୍ଟ ଏଆଇ କମ୍ପାନୀ ନିଜର ଅଫିସିଆଲ୍ ହ୍ୟାଣ୍ଡେଲରେ ଅନନ୍ୟ ଜବ୍ ପୋଷ୍ଟ ସେୟାର କରିଛନ୍ତି । ତାଙ୍କୁ କ୍ରାକଡ ଇଞ୍ଜିନିୟର ଆବଶ୍ୟକ । ସେୟାର ପୋଷ୍ଟରେ କୁହାଯାଇଛି ଯେ, କମ୍ପାନୀକୁ ଜଣେ ଇଞ୍ଜିନିୟର ଆବଶ୍ୟକ, ଯାହାର ଟେକ୍ନୋଲୋଜିରେ ପାରଦର୍ଶୀତା ଥିବ, ଯଦିଓ ତାଙ୍କର କୌଣସି ବଡ ଡିଗ୍ରୀ ନଥିଲେ ବି ସେ ଯୋଗ୍ୟ ହେବେ ।
ସୂଚନାଥାଉକି, ସ୍ମଲେଷ୍ଟ ଏଆଇ କମ୍ପାନିର ପ୍ରତିଷ୍ଠାତା ସୁଦର୍ଶନ କାମଥ ତାଙ୍କର ଇନ୍ଦିରାନଗର ଅଫିସ ଲାଗି ଜଣେ ସଫ୍ଟଓ୍ବେର ଇଞ୍ଜିନିୟର ଖୋଜୁଥିବାବେଳେ ତାଙ୍କୁ ବାର୍ଷିକ ଚାଳିଶ ଲକ୍ଷ ଟଙ୍କାର ପ୍ୟାକେଜ ଦେବା କଥା କହିଛନ୍ତି । ସବୁଠୁ ବଡ କଥା ହେଲା ଇଚ୍ଛୁକ ପ୍ରାର୍ଥୀଙ୍କୁ ଏଥିଲାଗି ସିଭି ଦାଖଲର କୌଣସି ଆବଶ୍ୟକତା ନାହିଁ ।
ଆଗ୍ରହୀ ପ୍ରାର୍ଥୀ କେବଳ ଶହେ ଶବ୍ଦରେ ନିଜ ବିଷୟରେ ବର୍ଣ୍ଣନା କରିବାକୁ ପଡିବ । ନିଜର ସର୍ବୋତ୍ତମ କାର୍ଯ୍ୟର ଲିଙ୍କ୍ ଅଂଶୀଦାର କରିବେ । ଆବେଦନଗୁଡିକ info@smallest.ai କୁ ପଠାଇବେ । ସପ୍ତାହକୁ ପାଞ୍ଚ ଦିନ ହିଁ ଅଫିସ କାମ କରିବେ ।
We are looking to hire a cracked full-stack engineer at @smallest_AI
Salary CTC – 40 LPA
Salary Base – 15-25 LPA
Salary ESOPs – 10-15 LPA
Joining – Immediate
Location – Bangalore (Indiranagar)
Experience – 0-2 years
Work from Office – 5 days a week
College – Does not matter…— Sudarshan Kamath (@kamath_sutra) February 24, 2025
ଅତ୍ୟଧିକ ଦକ୍ଷ ଓ ପ୍ରତିଭାବାନ ସଫ୍ଟଓ୍ବେର ଇଞ୍ଜିନିୟରଙ୍କ ଉଦ୍ଦେଶ୍ୟରେ କ୍ରାକଡ ଇଞ୍ଜିନିୟର ଶବ୍ଦ ବ୍ୟବହାର କରାଯାଏ । ଏମାନେ ପରିବର୍ତ୍ତନ କିମ୍ବା ନୂତନ ଚିନ୍ତାଧାରାକୁ ଭୟ କରନ୍ତି ନାହିଁ । ସ୍ମଲେଷ୍ଟ ଏଆଇ ଏକ କାଲିଫର୍ଣ୍ଣିଆ ଭିତ୍ତିକ ଏଆଇ କମ୍ପାନୀ । ଏହା ମଣିଷଙ୍କ ରିୟଲ ଟାଇମ୍ ଏଆଇ ପ୍ରସ୍ତୁତ କରୁଛି ।
ସୋସିଆଲମିଡିଆ ରେ ଭାଇରାଲ ପୋଷ୍ଟରେ ଏବେସୁଦ୍ଧା ଚାରିଲକ୍ଷରୁ ଅଧିକ ଭ୍ୟୁ ମିଳିଛି ।
Comments are closed.