Latest Odisha News

BREAKING NEWS

ଆଗାମୀ ଦିନରେ ତୀବ୍ର ଜଳ ସଙ୍କଟର ସମ୍ମୁଖୀନ ହେବ ବାଙ୍ଗାଲୁରୁ; ରିପୋର୍ଟ

ବେଙ୍ଗାଲୁରୁ: ଆଗାମୀ ବର୍ଷରେ ତୀବ୍ର ଜଳ ସଙ୍କଟର ସମ୍ମୁଖୀନ ହେବ ବାଙ୍ଗାଲୁରୁ। ଏ ନେଇ ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି। (ଆଇପିସିସି) ରିପୋର୍ଟ ଅନୁଯାୟୀ ଆଗାମୀ ଦିନରେ ଜଳ ସଙ୍କଟ ଭଳି ସମସ୍ୟାର ସମ୍ମୁଖୀନ ହୋଇପାରେ। ଏହି ରିପୋର୍ଟକୁ ଭିତ୍ତି କରି  ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି ବିଶେଷଜ୍ଞ। ଗୁରୁବାର ଦିନ ଜଳବାୟୁ ଏବଂ ସାମାଜିକ-ଅର୍ଥନୈତିକ ବିଶେଷଜ୍ଞମାନେ କହିଛନ୍ତି ଯେ ବେଙ୍ଗାଲୁରୁ ସହର ଆଗାମୀ ବର୍ଷରେ ତୀବ୍ର ପାନୀୟ ଜଳ ଅଭାବର ସମ୍ମୁଖୀନ ହେବ।

ଜଳବାୟୁ ପରିବର୍ତ୍ତନର ପ୍ରତିକ୍ରିୟା ଉପରେ (ଆଇଏସଇସି) ଦ୍ୱାରା ଏକ ୱେବିନାର୍‌ ଆୟୋଜିତ ହୋଇଥିଲା। ଆଇଏସ୍‌ଇସିର ପ୍ରଫେସର କୃଷ୍ଣ ରାଜ ହାଇ କାର୍ବନ ଇକୋନୋମି ପ୍ରସଙ୍ଗ ଉପରେ ଆଲୋକପାତ କରିଥିଲେ। ଯାହାଦ୍ୱାରା ତାପମାତ୍ରା ଏକ ଡିଗ୍ରୀ ସେଲସିୟସକୁ ବୃଦ୍ଧି ପାଇଛି।

ସେ କହିଛନ୍ତି, “ଯଦି ତାପମାତ୍ରା ପରିବର୍ତ୍ତନ ଏଭଳି ଉଦ୍‌ବେଗଜନକ ସ୍ତରରେ ଜାରି ରହେ, ତେବେ ବେଙ୍ଗାଲୁରୁ ସହର ଆସନ୍ତା ବର୍ଷରେ ତୀବ୍ର ପାନୀୟ ଜଳ ଅଭାବର ସମ୍ମୁଖୀନ ହେବ ଏବଂ କାବେରୀ ନଦୀ ଅବବାହିକାରେ ଜଳ ଉପଲବ୍ଧତା ହ୍ରାସ ପାଇବ।

Comments are closed.