Latest Odisha News

BREAKING NEWS

ଦିଆସିଲି ଓ ଆଇସକ୍ରିମ୍ କାଠିରେ ରାକ୍ଷୀ

ପୁରୀ: ଆସନ୍ତାକାଲି ରକ୍ଷା ବନ୍ଧନ । ଏହିଦିନ ପାଳନ କରାଯାଏ ପ୍ରଭୁ ଶ୍ରୀବଳଭଦ୍ରକଙ୍କ ଜନ୍ମ ଉତ୍ସବ । ପ୍ରତିବର୍ଷ ରାକ୍ଷୀ ପୂର୍ଣ୍ଣିମାରେ ଆପଣମାନେ ଅନେକ ପ୍ରକାର ରାକ୍ଷୀ ଦେଖିଥିବେ । କିନ୍ତୁ ଦିଆସିଲି କାଠିରେ ତିଆରି ଏହି ରାକ୍ଷୀକୁ ଦେଖନ୍ତୁ । ବେଶ ମନଲୋଭା ହୋଇଛି । ଦେଖିବାକୁ ଭାରି ସୁନ୍ଦର । ମଝିରେ ଶୋଭା ପାଉଛି ପ୍ରଭୁ ଶ୍ରୀବଳଭଦ୍ରଙ୍କ ମୁଖ ମଣ୍ଡଳ ।
ଦିଆସିଲି କାଠିରେ ଏହି ରାକ୍ଷୀକୁ ତିଆରି କରିଛନ୍ତି ପୁରୀ ଯୁବ ଚିତ୍ରଶିଳ୍ପୀ ଶାଶ୍ୱତ ରଞ୍ଜନ ସାବୁ । ଏଥିରେ ଲାହିଛି ୧୫ଶହ ୫୦ଟି ଦିଆଦିଲି କାଠି । ଏହି ରାକ୍ଷୀକୁ ତିଆରା କରିବା ପାଇଁ ଶାଶ୍ୱତଙ୍କୁ ଲାଗିଥିଲା ୧୦ ଘଣ୍ଟା ।

ସେହିପରି ଆଇସକ୍ରିମ୍ କାଠିରେ ନିଆରା ରାକ୍ଷୀ ତିଆରି କରିଛନ୍ତି ପୁରୀର ଆଉ ଜଣେ ଯୁବ ଚିତ୍ରଶିଳ୍ପୀ ବିଶ୍ୱଜିତ ନାୟକ । ଏଥିରେ ସେ ମହାପ୍ରଭୁଙ୍କ ମୁଖ ମଣ୍ଡଳକୁ ସ୍ଥାନ ଦେଇଛନ୍ତି ।
୭୫ଟି ଆଇସକ୍ରିମ୍ କାଠିରେ ବିଶ୍ୱଜିତ୍ ଏହି ରାକ୍ଷୀ ତିଆରି କରିଛନ୍ତି । ଏଥିପାଇଁ ସେ ବି ନେଇଥିଲେ ୧୦ ଘଣ୍ଟା ସମୟ । ଆଇସକ୍ରିମ୍ କାଠିରେ ତିଆରି ଏଭଳି ନିଆରା କଳାକୃତିକୁ ଭାରି ପସନ୍ଦ କରୁଛନ୍ତି ଲୋକ ।

Leave A Reply

Your email address will not be published.