Latest Odisha News

ଭଲ ନିଦ ପାଇଁ ହାତେଇଲେ ୯ ଲକ୍ଷ ଟଙ୍କାର ପୁରସ୍କାର ରାଶି

ବେଙ୍ଗାଲୁରୁ: ବେଙ୍ଗାଲୁରୁର ଜଣେ ବ୍ୟାଙ୍କର ଶୋଇବା ପାଇଁ ୯ଲକ୍ଷ ଟଙ୍କା ପୁରସ୍କାର ପାଇଛନ୍ତି। ଆପଣଙ୍କୁ ଏହା ଅବିଶ୍ବାସ ଲାଗୁଥାଇପାରେ କିନ୍ତୁ ଏହି ଘଟଣା ସତ।

ବେଙ୍ଗାଲୁରୁ ଭିତ୍ତିକ ଷ୍ଟାର୍ଟଅପ୍ ୱାକଫିଟ୍ ର ସ୍ଲିପିଂ ଇଣ୍ଟର୍ନସିପ୍ କାର୍ଯ୍ୟକ୍ରମର ତୃତୀୟ ସିଜନରେ ଜଣେ ଯୁବତୀ ଭାଗ ନେଇ ‘ସ୍ଲିପିଂ ଚାମ୍ପିଅନ୍’ ହୋଇପାରିଛନ୍ତି। ଏଥିରେ ଅଂଶଗ୍ରହଣକାରୀ ପ୍ରତିଯୋଗୀ ମାନଙ୍କୁ ପ୍ରତ୍ୟେକ ରାତିରେ ଅତି କମରେ ଆଠରୁ ନଅ ଘଣ୍ଟା ଶୋଇବାକୁ ପଡିଥାଏ। ସେହିପରି ଦିନ ବେଳେ ମଧ୍ଯ ୨୦ ମିନିଟ୍ ଶୋଇବାକୁ ପଡୁଥିଲା।

ତେବେ ଏହି ‘ସ୍ଲିପିଂ ଚାମ୍ପିଅନ୍’ ପୁରସ୍କାର ବିଜେତା ହେଉଛନ୍ତି ସାଇଶ୍ୱରୀ ପାଟିଲ। ସେ ବେଙ୍ଗାଲୁରୁରେ ଜଣେ ବ୍ୟାଙ୍କର ଭାବେ କାର୍ଯ୍ୟରତ। ଅନ୍ୟ ପ୍ରତିଯୋଗୀଙ୍କ ତୁଳନାରେ ସେ ଭଲ ଶୋଇପାରିଥିବାରୁ ତାଙ୍କୁ ଏହି ପୁରସ୍କାର ଦିଆଯାଇଛି।

ଆହୁରି ମଧ୍ଯ ପ୍ରତ୍ୟେକ ପ୍ରତିଯୋଗିଙ୍କୁ ଶୋଇବା ପାଇଁ ଏକ ପ୍ରିମିୟମ୍ ଗଦି ଏବଂ ସେମାନଙ୍କର ଶୋଇବା ଶୈଳୀ ଉପରେ ନଜର ରଖିବା ଶୋଇବା ଟ୍ରାକର୍ ଦିଆଯାଇଥିଲା।

ରିପୋର୍ଟ ଅନୁଯାୟୀ, ୫୦% ଭାରତୀୟ କ୍ଲାନ୍ତ ତଥା ଥକ୍କାପଣ ଅନୁଭବ କରନ୍ତି। ଏହାର ମୁଖ୍ୟ କାରଣ ହେଉଛି, ଅଧିକ ସମୟ କାମ କରିବା, ନିଦ ଭଲ ନ ହେବା, ଚାପ ଏବଂ ଶାରୀରିକ କାର୍ଯ୍ୟକଳାପର ଅଭାବ। ତେଣୁ ଶୋଇବା ପ୍ରତି ସଚେତନ କରାଇବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିବା କମ୍ପାନୀର ମୁଖ୍ୟ ମାର୍କେଟିଂ ଅଧିକାରୀ କହିଛନ୍ତି।

Leave A Reply

Your email address will not be published.