Latest Odisha News

BREAKING NEWS

୧୧ ଦିନରେ ପହଁଞ୍ଚିଲା ତପସ୍ୱିନୀଙ୍କ ଧାରଣା ,ଆଜି ମାମଲାର ଶୁଣାଣି

ବ୍ରହ୍ମପୁର : ଶ୍ୱଶୁର ଘର ସାମ୍ନାରେ ବୋହୁ ଧାରଣା ଦେବା ଘଟଣା । ଆଜିକୁ ୧୧ ଦିନରେ ପହଁଚିଛି ତପସ୍ୱିନୀ ଦାସଙ୍କ ଧାରଣା । ତପସ୍ୱିନୀଙ୍କ ଗୋଟିଏ ଜିଦ୍ ସ୍ୱାମୀଙ୍କ ସହ ରହିବି। ହେଲେ ଆଜି ଏହି ମାମଲାର ଏସଡିଜେଏମ୍ କୋର୍ଟରେ ଶୁଣାଣି ହେବାର ରହିଛି । ଏହା ସହ ଛାଡପତ୍ର ନିମନ୍ତେ ସ୍ୱାମୀ କୋର୍ଟରେ ଦାଏର କରିଥିବା ମାମଲାରେ ଶ୍ୱଶ୍ୱର ଘରେ ରହି ତପ୍ସସ୍ୱିନୀ ସ୍ୱାମୀଙ୍କ ଲଢିବେ ବୋଲି କହିଥିଲେ।

ଏହାକୁ ଆଧାର କରି ତପସ୍ୱିନୀ ବ୍ରହ୍ମପୁର ଏସଡିଜେଏମ୍ କୋର୍ଟରେ ଏକ ମାମଲା ରୁଜୁ କରିଥିଲେ। ଏଥି ନିମନ୍ତେ ସେ ପୂର୍ବରୁ ଦୁଇଥର କୋର୍ଟକୁ ଆସିଥିଲେ।। ତେବେ ପୁଣି ସେହି ମାମଲାରେ ବୁଧବାର ଅପରାହ୍ନ ୨ ଟାରେ କୋର୍ଟରେ ହାଜର ହୋଇଥିଲେ।ତାଙ୍କ ପକ୍ଷରୁ ଆଇନଜୀବୀ ରଞ୍ଜନ ଉପାଧ୍ୟୟ ଓ ପ୍ରଦୀପ ବେହେରା ପରିଚାଳନା କରିଥିଲେ। ତାଙ୍କ ଓକିଲଙ୍କ ପକ୍ଷରୁ ତପସ୍ୱିନୀଙ୍କୁ ତାଙ୍କ ଘରେ ପ୍ରବେଶ ନମନ୍ତେ ଆବେଦନ କରିଥିଲେ। ହେଲେ ଏହାର ଜବାବା ପାଇଁ ଏକ ମାସ ସମୟ ମାଗିଥିଲେ। ହେଲେ ଆଜି ଏହି ମାମଲାର କୋର୍ଟରେ ପରବର୍ତ୍ତୀ ଶୁଣାଣି ରହିଛି।

Comments are closed.