Latest Odisha News

BREAKING NEWS

ଦକ୍ଷିଣ ଆଫ୍ରିକା ଗସ୍ତ ଘୁଂଚାଇବା ଲକ୍ଷ୍ୟରେ ଟିମ ଇଣ୍ଡିଆ

ନୂଆଦିଲ୍ଲୀ: ଓମିକ୍ରନ ଭ୍ୟାରିଂଆଟର ବିପଦକୁ ଦେଖି ଏବେ ବି ଭାରତୀୟ କ୍ରିକେଟ ଦଳର ଦକ୍ଷିଣ ଆଫ୍ରିକା ଗସ୍ତ ନେଇ କୌଣସି ରୂପରେଖ ଚୂଡାନ୍ତ ହୋଇପାରି ନାହିଁ । ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଏହି ଗସ୍ତକୁ ବାତିଲ ନ କରି ଘୁଂଚାଇବା ଲକ୍ଷ୍ୟରେ ରହିଛି । ଅବଶ୍ୟ ଏ ନେଇ କୌଣସି ଅଫିସିଆଲ ବୟାନ ଘୋଷଣା କରାଯାଇ ନାହିଁ । ଭାରତ ଏହି ଗସ୍ତରେ ୩ଟି ଟେଷ୍ଟ, ୩ ଦିନିକିଆ ଓ ୪ଟି ଟି୨୦ ମ୍ୟାଚ ଖେଳିବ ।

ବିସିସିଆଇ ଦଳ ଚୟନକୁ ଏକ ସପ୍ତାହ ପାଇଁ ଘୁଂଚାଇ ଦେଇଛି । ଦକ୍ଷିଣ ଆଫ୍ରିକାକୁ ଏବେ ଅନେକ ଦେଶର ବିମାନ ଚଳାଚଳ ଉପରେ କଟକଣା ଲଗାଯାଇଥିବାରୁ ଏହା ମଧ୍ୟ ଏକ ବଡ ସମସ୍ୟା ଭାବେ ଉଭା ହୋଇଛି । ବିସିସିଆଇ ମଧ୍ୟ ସରକାରଙ୍କ ନିଷ୍ପତିକୁ ଅପେକ୍ଷା କରିଛି ।

Leave A Reply

Your email address will not be published.