Latest Odisha News

BREAKING NEWS

କର୍ମଚାରୀ ପଜିଟିଭ ଚିହ୍ନଟ ହେବା ପରେ ବନ୍ଦ ହେଲା ବ୍ରହ୍ମପୁର ମହାନଗର ନିଗମ କାର୍ଯ୍ୟାଳୟ 

ବ୍ରହ୍ମପୁର: କିଛି କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ବ୍ରହ୍ମପୁର ମହାନଗର ନିଗମ କାର୍ଯ୍ୟାଳୟ (ବିଏମସି) କୁ ୧୪ ଦିନ ପାଇଁ ବନ୍ଦ ରଖାଯାଇଛି ।

ବିଏମସି କମିଶନର ଚକ୍ରବର୍ତ୍ତୀ ସିଂ ରାଠୋରଙ୍କ ସୂଚନା ଅନୁଯାୟୀ, କିଛି କର୍ମଚାରୀଙ୍କ କରୋନା ପଜିଟିଭ ଚିହ୍ନଟ ହେବା ପରେ କୋଭିଡ ଡ୍ୟୁଟିରେ ନିୟୋଜିତ ସମସ୍ତ କର୍ମଚାରୀଙ୍କୁ ୧୪ ଦିନ ହୋମ କ୍ୱାରେଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।

ତେବେ ନ୍ୟାସନାଲ ଅର୍ବାନ ହେଲଥ ମିଶନ୍ , ସ୍ୱାସ୍ଥ୍ୟ ବିଭାଗ, ପରିଚାଳନା ସୂଚନା ବ୍ୟବସ୍ଥା ଆକାଉଣ୍ଟସ୍ ବିଭାଗ ଅଧୀନରେ କାର୍ଯ୍ୟ କରୁଥିବା କର୍ମଚାରୀମାନେ କାର୍ଯ୍ୟକୁ ଆସିପାରିବେ। ମ୍ୟୁନିସିପାଲିଟି କମିଶନର ଏବଂ ଡେପୁଟି କମିଶନରଙ୍କ କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବା ଲୋକଙ୍କୁ ମଧ୍ୟ କାର୍ଯ୍ୟାଳୟରେ ଯୋଗଦେବାକୁ ଅନୁମତି ଦିଆଯାଇଛି।

ରାଠୋର ଆହୁରି ମଧ୍ୟ କହିଛନ୍ତି ଯେ ବିଏମସିରେ ଜରୁରୀ କାର୍ଯ୍ୟ ଥିବା ବ୍ୟକ୍ତି 0680-2250290 କୁ କଲ କରିପାରିବେ।

Leave A Reply

Your email address will not be published.