Latest Odisha News

BREAKING NEWS

ଆସାମରେ ବିଗୁଡୁଛି ବନ୍ୟା ସ୍ଥିତି; ଜଳମଗ୍ନ କାଜିରଙ୍ଗ ଅଭୟାରଣ୍ୟ

ଗୌହାଟୀ: ଆସାମରେ କ୍ରମାଗତ ଜାରି ରହିଥିବା ପ୍ରବଳ ବର୍ଷା ଯୋଗୁଁ ବ୍ରହ୍ମପୁତ୍ର ନଦୀ ସ୍ତର ବୃଦ୍ଧି ପାଇଛି । ଯାହାଫଳରେ ବନ୍ୟା ସ୍ଥିତି ଉପୁଜିବା ସହ ପ୍ରାୟ ୩୦ଟି ଜିଲ୍ଲାରେ ପ୍ରବେଶ କରିଛି।

ଏହି ବନ୍ୟା ଯୋଗୁଁ ଆସାମରେ ପାଖାପାଖି ୪୮ ଲକ୍ଷରୁ ଅଧିକ ଜନଜୀବନ ପ୍ରଭାବିତ ହୋଇଛି । ଏପରିକି ଲୋକମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତରିତ କରାଯାଉଛି । ରାଜ୍ୟର ୩୦ଟି ଜିଲ୍ଲାବାସୀ ପାଣି ଘେରରେ ରହିଥିବା ବେଳେ ୬୬ରୁ ଉର୍ଦ୍ଧ୍ୱ ଲୋକଙ୍କର ମୃତ୍ୟୁ ହୋଇଥିବା ନେଇ ଆସାମ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ସୂଚନା ପ୍ରଦାନ କରିଛନ୍ତି।

ଏଭଳି ସ୍ଥିତିରୁ ବାଦ୍ ପଡିନି କାଜିରଙ୍ଗ ଜାତୀୟ ଅଭୟାରଣ୍ୟ । ଏହି ବନ୍ୟା ଯୋଗୁଁ ନିକଟରେ ଗୋଟିଏ ଗଣ୍ଡା ଛୁଆ ତା’ ମାଆ ଠାରୁ ଅଲଗା ହୋଇଯିବାର ଏକ ହୃଦୟ ବିଦାରକ ଭିଡିଓ କାଜିରଙ୍ଗ ନ୍ୟାସନାଲ୍ ପାର୍କ ଏବଂ ଟାଇଗର ରିଜର୍ଭ ପକ୍ଷରୁ ଟ୍ୱିଟରରେ ପୋଷ୍ଟ କରାଯାଇଥିଲା । ମା’ ଗଣ୍ଡାକୁ ନ ପାଇବା ପରେ ଛୁଆ ଗଣ୍ଡାକୁ ଗ୍ରାମବାସୀମାନେ ଉଦ୍ଧାର କରିଥିଲେ । ଏବେ ସେ ସୁସ୍ଥ ଥିବା ନେଇ କାଜିରଙ୍ଗ ନ୍ୟାସନାଲ୍ ପାର୍କ କର୍ତ୍ତୃପକ୍ଷ ଟ୍ୱିଟ ଜରିଆରେ ସୂଚନା ଦେଇଛନ୍ତି ।

ଏପରିକି କାଜିରଙ୍ଗ ଜାତୀୟ ଅଭୟାରଣ୍ୟର ପାଖାପାଖି ୯୫ ପ୍ରତିଶତ ଅଂଶ ଜଳମଗ୍ନ ଥିବା ନେଇ ସୁତ୍ରରୁ ପ୍ରକାଶ । ବନ୍ୟା ପରିସ୍ଥିତିର ମୁକାବିଲା ତଥା ବନ୍ୟଜନ୍ତୁଙ୍କ ଉଦ୍ଧାର ଲାଗି ତତ୍ପରତା ପ୍ରକାଶ କରିଛି ପ୍ରଶାସନ।

 

Leave A Reply

Your email address will not be published.