Latest Odisha News

BREAKING NEWS

ଵ୍ରହ୍ମପୁର ମହାନଗର କଂଗ୍ରେସର ନୂତନ ସଭାପତି ହେଲେ ଯୁବନେତା ସୁଜୟ

ଵ୍ରହ୍ମପୁର: ଵ୍ରହ୍ମପୁର ମହାନଗର କଂଗ୍ରେସର ନୂତନ ସଭାପତି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଵ୍ରହ୍ମପୁରର ଯୁବନେତା ସୁଜୟ କୁମାର ଆଚାର୍ୟ୍ୟ । ଓଡିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଏହି ଘୋଷଣା କରାଯିବା ସହ ସୁଜୟଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି । 

ନୂତନ ଦାୟିତ୍ୱ ମିଳିବା ପରେ ସେ ଖୁସି ବ୍ୟକ୍ତ କରିଛନ୍ତି । ଆଗାମୀ ଦିନରେ ତୃଣମୂଳସ୍ତରରୁ କଂଗ୍ରେସକୁ କିଭଳି ସୁଦୃଡ଼ କରାଯିବା ସହ କଂଗ୍ରେସ ସରକାର ଅମଳରେ ହୋଇଥିବା ସମସ୍ତ ଜନମଙ୍ଗଳ କାର୍ଯ୍ୟକୁ ନେଇ କଂଗ୍ରେସ ସହରର ସମସ୍ତ ୱାର୍ଡସ୍ତରର ଜନ ସାଧାରଣଙ୍କ ନିକଟରେ ପହଞ୍ଚିବ ବୋଲି ସୁଜୟ ନିଜର ମତ ପ୍ରକାଶ କରିଛନ୍ତି । 

ସେହିପରି ଵ୍ରହ୍ମପୁର ଲୋକସଭା ଅନ୍ତର୍ଗତ ଏନଏସି, ମ୍ୟୁନିସିପାଲଟି, ବିଜ୍ଞାପିତ ପରିଷଦର, ବ୍ଲକ ସଭାପତିଙ୍କ ନାମ ମଧ୍ୟ ଘୋଷଣା କରାଯାଇଛି । ଵ୍ରହ୍ମପୁର ଲୋକସଭାର ବିଭିନ୍ନ ଅଂଚଳରେ ନୁତନ ଭାବେ କଂଗ୍ରେସ ଦାୟିତ୍ୱ ହତେଇଥିବା ସମସ୍ତ କର୍ମକର୍ତ୍ତା କଂଗ୍ରେସ ରାଜ୍ୟ ସଭାପତି ନିରଂଜନ ପଟ୍ଟନାୟକ ଓ ଗଞ୍ଜାମ ଜିଲ୍ଲା କଂଗ୍ରେସ ସଭାପତି ତଥା ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନାଙ୍କୁ ଧନ୍ୟବାଦ ସହ କୃତଜ୍ଞତା ଜଣାଇଛନ୍ତି ।

Leave A Reply

Your email address will not be published.