Latest Odisha News

BREAKING NEWS

୧୫ ବର୍ଷ ଝିଅର ବେକରୁ ବାହାରିଲା ୩.୫ କେଜିର ଟ୍ୟୁମର; ବେଙ୍ଗାଲୁରୁ

ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ଥିବା ଏକ ଡାକ୍ତରଖାନାର ଡାକ୍ତରମାନେ ଏକ ବିରଳ ଏବଂ ସଫଳ ଅସ୍ତ୍ରୋପଚାର କରିଛନ୍ତି। ଏକ ୧୫ ବର୍ଷର ଝିଅଟିର ବେକରୁ ୩.୫ କିଲୋଗ୍ରାମର ଟ୍ୟୁମର ବାହାର କରିଛନ୍ତି। ଝିଅଟିର ବେକରୁ ଛାତି ପର୍ଯ୍ୟନ୍ତ ଲମ୍ବିଥିବା ଏହି ଟ୍ୟୁମର ଏକ ଦଶନ୍ଧିରୁ ଅଧିକ ସମୟ ଧରି ଝିଅର ଜୀବନକୁ ସଂଙ୍କଟରେ ଭରି ଦେଇଥିଲା।​

ସୁରଭୀ ବେନଙ୍କର ହୋଇଥିବା ଏହି ବିପଜ୍ଜନକ ରୋଗକୁ ଡାକ୍ତରମାନେ ଫାଇବ୍ରୋମାଟୋସିସ୍ ବୋଲି ଚିହ୍ନଟ କରିଛନ୍ତି। ଆଷ୍ଟୋର ସିଏମଆଇ ହସ୍ପିଟାଲର ୨୧ ଜଣ ଡାକ୍ତରଙ୍କ ଏକ ଟିମ୍ ତାଙ୍କ ବେକରେ ଫୁଟବଲ୍ ଆକୃତିର ଟ୍ୟୁମର ହଟାଇବା ପାଇଁ ଅସ୍ତ୍ରୋପଚାର କରିଥିଲେ ଏବଂ ଅସ୍ତ୍ରୋପଚାର ସଫଳ ମଧ୍ୟ ହୋଇଥିଲା। ମଙ୍ଗଳବାର ଡାକ୍ତରଖାନାର ବିବୃତ୍ତି ଅନୁଯାୟୀ ସୁରଭୀ ଏବେ ବର୍ତ୍ତମାନ ସାଧାରଣ ଜୀବନ ଆରମ୍ଭ କରିବାକୁ ସକ୍ଷମ ଅଟନ୍ତି।

Leave A Reply

Your email address will not be published.