ବ୍ରହ୍ମପୁର:ବହୁ ବରିଷ୍ଠ ଖେଳାଳିଙ୍କ ବିରୋଧ ଏବଂ ନାନା ବିବାଦ ଭିତରେ ଗଞ୍ଜାମ ଜିଲା କ୍ରିକେଟ ସଂଘର ନିର୍ବାଚନ ସ୍ଥାନୀୟ ଏକ କଲ୍ୟାଣ ମଣ୍ଡପରେ ରବିବାର ଅନୁଷ୍ଠିତ ହୋଇଯାଇଛି। ସଭାପତି ଭାବେ ବିଧାୟକ ବିକ୍ରମ କୁମାର ପଣ୍ଡା ନିର୍ବାଚିତ ହୋଇଥିବା ବେଳେ ସଂପାଦକ ଭାବେ ଅଶୋକ କୁମାର ସାହୁ, ଉପସଭାପତି ବିଜୟ କୁମାର ପଟ୍ଟନାୟକ, କୋଷାଧ୍ୟକ୍ଷ ରମଣୀ ରଞ୍ଜନ ମହାନ୍ତି, ଯୁଗ୍ମ ସଂପାଦକ ଦେବବ୍ରତ ଦେବ ଏବଂ ବିଜୟ ଭାସ୍କର ସିଂ ସାମନ୍ତ, କାର୍ଯ୍ୟକାରୀ ପରିଷଦ ସଦସ୍ୟ ପ୍ରଫେସର ଜୟନ୍ତ କୁମାର ମହାପାତ୍ର, ସୁରେଶ ଚନ୍ଦ୍ର ମହାପାତ୍ର, ତ୍ରିଲୋଚନ ପାଣିଗ୍ରାହୀ ଏବଂ ପୂର୍ଣ୍ଣଚନ୍ଦ୍ର ନାୟକଙ୍କ ନାମ ଘୋଷଣା କରାଯାଇଛି। ଏହା ପୂର୍ବରୁ ଅଶୋକ ସଭାପତି ଥିବା ବେଳେ ଚଳିତ ଥର ସଭାପତି ପଦବୀ ବିଧାୟକ ପଣ୍ଡାଙ୍କୁ ଛାଡ଼ିଦେଇ ନିଜେ ସଂପାଦକ ହୋଇଛନ୍ତି।
ଅନ୍ୟପକ୍ଷେ ଏହି ନିର୍ବାଚନକୁ ନେଇ ନାନା ବିବାଦ ସୃଷ୍ଟି ହୋଇଥିଲା। କେତେକ ନୂତନ ସଦସ୍ୟଙ୍କୁ ସଂଘରେ ସାମିଲକୁ ନେଇ ବିବାଦ ଦେଖାଦେଇଥିଲା। ଅନେକ ବ୍ୟକ୍ତି କ୍ରିକେଟ ସହିତ ସଂପୃକ୍ତ ନଥିଲେ ମଧ୍ୟ ସେମାନଙ୍କୁ ‘କ୍ରିକେଟ ପ୍ରେମୀ’ ଦର୍ଶାଇ ସଦସ୍ୟତା ଦିଆଯାଇଥିବା ନେଇ କେତେକ ବରିଷ୍ଠ ଖେଳାଳି ପ୍ରଶ୍ନ ଉଠାଇଥିଲେ। ନିର୍ବାଚନ ସ୍ଥଳରେ ପାଟିତୁଣ୍ଡ କରିଥିଲେ। ଏହାକୁ ଦେଖି ସଂଘର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଥିଲା। ବରିଷ୍ଠ ଖେଳାଳିଙ୍କ ମଧ୍ୟରୁ ୧୨ଜଣଙ୍କୁ ସଂଘର ସଦସ୍ୟତା ପ୍ରଦାନ କରିବାକୁ ଲିଖିତ ପ୍ରତିଶ୍ରୁତି ଦିଆଯାଇଛି। ସେମାନେ ହେଲେ ସିଦ୍ଧାନ୍ତ ଗଙ୍ଗଦେବ, ସୁଲଭ ପଣ୍ଡା, ଜିତେନ୍ଦ୍ର ତ୍ରିପାଠୀ, ଅନିଷ ବେଗ୍, ଡେଭିଡ ନିର୍ଭର ନାୟକ, ଜି.ନବୀନ, ପବିତ୍ର ମହାନ୍ତି, ପ୍ରଶାନ୍ତ ମୂନୀ, ବୁଲୁ ବେହେରା, ଅନିଲ ରେଡ଼ି, ହେମନ୍ତ କୁମାର ମହାରଣା ଏବଂ ସନ୍ତୋଷ କୁମାର।
BREAKING NEWS
- ଟି୨୦ ବିଶ୍ୱକପ କ୍ରିକେଟ: ଘୋଷଣା ହେଲା ମ୍ୟାଚ ଅଫିସିଆଲଙ୍କ ନାମ, ୨ଜଣ ଭାରତୀୟ ସାମିଲ
- Black Tigers: ରାଜ୍ୟରେ ବଢିଛି କଳା ବାଘଙ୍କ ସଂଖ୍ୟା..
- First newspaper in india: ଭାରତର ପ୍ରଥମ ଖବରକାଗଜ…ଦୋହଲାଇ ଦେଇଥିଲା ବ୍ରିଟିଶ ଶାସନର ମୂଳଦୁଆ
- High Court: ପୁରୀ ଜିଲ୍ଲାପାଳଙ୍କୁ ଅଦାଲତ ଅବମାନନା ନୋଟିସ୍ ଜାରି କଲେ ହାଇକୋର୍ଟ..
- ଚୀନରେ ଏସିଆନ୍ ଇନଡୋର ଆଥଲେଟିକ୍ସ ଚାମ୍ପିଅନସିପ୍… କଳିଙ୍ଗ ଷ୍ଟାଡିୟମରେ ଭାରତୀୟ ଦଳର ପ୍ରଶିକ୍ଷଣ ଆରମ୍ଭ
- AI Data Centers In Space: ମହାକାଶରେ ଖୋଲିବ AI ଡାଟା ସେଣ୍ଟର, ଐତିହାସିକ ପଦକ୍ଷେପ ନେବାକୁ ଯାଉଛନ୍ତି SpaceX CEO…
- EPFO: ସର୍ବନିମ୍ନ ପେନସନ୍ ୭,୫୦୦ ଟଙ୍କାକୁ ବୃଦ୍ଧି କରିବେ କି ସରକାର? ଶ୍ରମ ମନ୍ତ୍ରୀ ଦେଲେ ବଡ଼ ସୂଚନା…
- ଅଦାଲତ ଅବମାନନା ମାମଲାରୁ ନଗର ଉନ୍ନୟନ ସଚିବ ଉଷା ପାଢ଼ୀଙ୍କୁ ବଡ଼ ଆଶ୍ୱସ୍ତି
- India EU Trade Deal: ‘ମଦର୍ ଅଫ୍ ଅଲ୍ ଡ଼ିଲ’, ସରିଫ୍-ୟୁନୁସଙ୍କ ପାଇଁ କାଳ!
- Senior Citizens To Visit Puri: ବରିଷ୍ଠ ନାଗରିକ ଓ ବିଧବା ମହିଳାଙ୍କୁ ଜଗନ୍ନାଥ ଦର୍ଶନ କରାଇବେ ସରକାର
Comments are closed.