ବ୍ରହ୍ମପୁର:ବହୁ ବରିଷ୍ଠ ଖେଳାଳିଙ୍କ ବିରୋଧ ଏବଂ ନାନା ବିବାଦ ଭିତରେ ଗଞ୍ଜାମ ଜିଲା କ୍ରିକେଟ ସଂଘର ନିର୍ବାଚନ ସ୍ଥାନୀୟ ଏକ କଲ୍ୟାଣ ମଣ୍ଡପରେ ରବିବାର ଅନୁଷ୍ଠିତ ହୋଇଯାଇଛି। ସଭାପତି ଭାବେ ବିଧାୟକ ବିକ୍ରମ କୁମାର ପଣ୍ଡା ନିର୍ବାଚିତ ହୋଇଥିବା ବେଳେ ସଂପାଦକ ଭାବେ ଅଶୋକ କୁମାର ସାହୁ, ଉପସଭାପତି ବିଜୟ କୁମାର ପଟ୍ଟନାୟକ, କୋଷାଧ୍ୟକ୍ଷ ରମଣୀ ରଞ୍ଜନ ମହାନ୍ତି, ଯୁଗ୍ମ ସଂପାଦକ ଦେବବ୍ରତ ଦେବ ଏବଂ ବିଜୟ ଭାସ୍କର ସିଂ ସାମନ୍ତ, କାର୍ଯ୍ୟକାରୀ ପରିଷଦ ସଦସ୍ୟ ପ୍ରଫେସର ଜୟନ୍ତ କୁମାର ମହାପାତ୍ର, ସୁରେଶ ଚନ୍ଦ୍ର ମହାପାତ୍ର, ତ୍ରିଲୋଚନ ପାଣିଗ୍ରାହୀ ଏବଂ ପୂର୍ଣ୍ଣଚନ୍ଦ୍ର ନାୟକଙ୍କ ନାମ ଘୋଷଣା କରାଯାଇଛି। ଏହା ପୂର୍ବରୁ ଅଶୋକ ସଭାପତି ଥିବା ବେଳେ ଚଳିତ ଥର ସଭାପତି ପଦବୀ ବିଧାୟକ ପଣ୍ଡାଙ୍କୁ ଛାଡ଼ିଦେଇ ନିଜେ ସଂପାଦକ ହୋଇଛନ୍ତି।
ଅନ୍ୟପକ୍ଷେ ଏହି ନିର୍ବାଚନକୁ ନେଇ ନାନା ବିବାଦ ସୃଷ୍ଟି ହୋଇଥିଲା। କେତେକ ନୂତନ ସଦସ୍ୟଙ୍କୁ ସଂଘରେ ସାମିଲକୁ ନେଇ ବିବାଦ ଦେଖାଦେଇଥିଲା। ଅନେକ ବ୍ୟକ୍ତି କ୍ରିକେଟ ସହିତ ସଂପୃକ୍ତ ନଥିଲେ ମଧ୍ୟ ସେମାନଙ୍କୁ ‘କ୍ରିକେଟ ପ୍ରେମୀ’ ଦର୍ଶାଇ ସଦସ୍ୟତା ଦିଆଯାଇଥିବା ନେଇ କେତେକ ବରିଷ୍ଠ ଖେଳାଳି ପ୍ରଶ୍ନ ଉଠାଇଥିଲେ। ନିର୍ବାଚନ ସ୍ଥଳରେ ପାଟିତୁଣ୍ଡ କରିଥିଲେ। ଏହାକୁ ଦେଖି ସଂଘର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଥିଲା। ବରିଷ୍ଠ ଖେଳାଳିଙ୍କ ମଧ୍ୟରୁ ୧୨ଜଣଙ୍କୁ ସଂଘର ସଦସ୍ୟତା ପ୍ରଦାନ କରିବାକୁ ଲିଖିତ ପ୍ରତିଶ୍ରୁତି ଦିଆଯାଇଛି। ସେମାନେ ହେଲେ ସିଦ୍ଧାନ୍ତ ଗଙ୍ଗଦେବ, ସୁଲଭ ପଣ୍ଡା, ଜିତେନ୍ଦ୍ର ତ୍ରିପାଠୀ, ଅନିଷ ବେଗ୍, ଡେଭିଡ ନିର୍ଭର ନାୟକ, ଜି.ନବୀନ, ପବିତ୍ର ମହାନ୍ତି, ପ୍ରଶାନ୍ତ ମୂନୀ, ବୁଲୁ ବେହେରା, ଅନିଲ ରେଡ଼ି, ହେମନ୍ତ କୁମାର ମହାରଣା ଏବଂ ସନ୍ତୋଷ କୁମାର।
BREAKING NEWS
- Trump thanks India: ଆମେରିକାରେ ରିଲାଏନ୍ସର ‘ମାଷ୍ଟରଷ୍ଟ୍ରୋକ୍’
- Jasprit Bumrah: ମିଶନ ୨୦୨୭ – ବୁମରାଙ୍କ ବଡ଼ ନିଷ୍ପତ୍ତି !
- ଟି୨୦ ବିଶ୍ୱକପ ପରେ ଟ୍ରେନରେ ଲୁଚି କରି ଘରକୁ ଗଲେ ଏହି ଷ୍ଟାର ଖେଳାଳି
- LPG Fuel Made: କେଉଁ ଦେଶ ସବୁଠାରୁ ଅଧିକ ଉତ୍ପାଦନ କରେ LPG? କେମିତି ତିଆରି ହୁଏ ରନ୍ଧନ ଗ୍ୟାସ୍?
- ସ୍ୱଦେଶ ଫେରିବା ଆରମ୍ଭ କଲେ ୱେଷ୍ଟଇଣ୍ଡିଜ ଖେଳାଳି
- ଏଣିକି ପ୍ରତି ଜିଲ୍ଲାରେ ହେବ ପୁସ୍ତକ ମହୋତ୍ସବ
- Suspended: ମଦ ପିଇ ଆସିଥିଲେ ଅଫିସ୍…୩ ତହସିଲ କର୍ମଚାରୀଙ୍କୁ ନିଲମ୍ୱନ କଲେ ଜିଲ୍ଲାପାଳ
- Hotter Months Ahead: ଆକାଶରୁ ହେବ ଅଗ୍ନି ବର୍ଷା! ଭାରତକୁ କଲବଲ କରିପାରେ ଗରମ ମାସ…WMO କରାଇଲା ସତର୍କ
- ଜମ୍ମୁ କଶ୍ମୀରରେ ଆତଙ୍କବାଦୀଙ୍କୁ ଆଶ୍ରୟ ଦେଇ ୩ କର୍ମଚାରୀ ବହିଷ୍କୃତ
- ଗୁପ୍ତଚର ଅଭିଯୋଗରେ ଭାରତୀୟ ନୌସେନାର ଜଣେ ଯବାନ ଗିରଫ, ISIକୁ ଦେଉଥିଲା ସମ୍ବେଦନଶୀଳ ସୂଚନା
Comments are closed.