Latest Odisha News

BREAKING NEWS

ଗୋପାଳପୁରରୁ ବିଜେଡି ପ୍ରାର୍ଥୀ ହେବେ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା!

ଭୁବନେଶ୍ୱର: ୨୦୨୪ ନିର୍ବାଚନ ପାଇଁ ଶାସକ ବିଜୁ ଜନତା ଦଳ ଗୋପାଳପୁର ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଦୁର୍ନୀତି ଅଭିଯୋଗରେ ଦଳରୁ ବହିଷ୍କୃତ ହୋଇଥିବା ବର୍ତ୍ତମାନର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସ୍ଥାନରେ ଦଳ କାହାକୁ ପ୍ରାର୍ଥୀ କରିବ ବୋଲି ଚର୍ଚ୍ଚା ଲାଗି ରହିଛି।

ଏହାରି ଭିତରେ ଏବେର ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡାଙ୍କୁ ଦଳ ଏହି ଆସନରୁ ପ୍ରାର୍ଥୀ କରିବ ବୋଲି ଗଞ୍ଜାମ ଜିଲ୍ଲାର ସଭାପତି ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ କହିଛନ୍ତି। ଗତବର୍ଷ ଗୋପାଳପୁରର ସଂଗଠନ ଦାୟିତ୍ଵ ତାଙ୍କୁ ଦିଆଯାଇଥିଲା।

ଆଜି ଷୋଡଶ ବିଧାନସଭାର ଶେଷ ଦିବସ ଥିଲା। ଏହି ଅବସରରେ ଅନେକ ନେତା ଭାବ ବିହୋଳ ହୋଇ କହିଛନ୍ତି ଯେ ସେ ଆଉ ବିଧାନସଭାକୁ ନିର୍ବାଚିତ ହେବେ ନାହିଁ। ଏହା ତାଙ୍କର ବିଧାୟକ ଭାବେ ବିଧାନସଭାର ଶେଷ ଦିନ ଥିଲା। ଏହି ସମୟରେ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ଗଣମାଧ୍ଯମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତରରେ ଗୋପାଳପୁର ବିଧାୟକ ପ୍ରାର୍ଥୀ ବାବଦରେ ନିଜର ମତ ରଖିଛନ୍ତି। କିନ୍ତୁ ଏଯାବତ ଦଳର ସଭାପତି କିମ୍ବା ଦଳୀୟ ଲେଟର ପ୍ୟାଡରେ ବିକ୍ରମ ପଣ୍ଡା ଗୋପାଳପୁରର ବିଧାୟକ ପ୍ରାର୍ଥୀ ହେବେ ବୋଲି କୌଣସି ଘୋଷଣା ହୋଇନାହିଁ।

କିଶୋର ଚନ୍ଦ୍ର ପଣ୍ଡାଙ୍କ ପୁଅ ବିକ୍ରମ ପଣ୍ଡା ଏବେ ବ୍ରହ୍ମପୁର ବିଧାୟକ ଭାବେ କାର୍ଯ୍ୟ କରୁଛନ୍ତି। କଂଗ୍ରେସରୁ ବିକ୍ରମ ପଣ୍ଡା ରାଜନୈତିକ କ୍ୟାରିଅର ଆରମ୍ଭ କରିଥିଲେ। ଏହି ଆସନ ପାଇଁ ପୂର୍ବତନ ପ୍ରଶାସନିକ ଅଧିକାରୀ ଗୋପବନ୍ଧୁ ଦାସଙ୍କ ନାଁ ମଧ୍ୟ ଚର୍ଚ୍ଚା ହେଉଥିଲା।

Leave A Reply

Your email address will not be published.