ବ୍ରହ୍ମପୁର: ବ୍ରହ୍ମପୁର ସହର ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଆଙ୍କୁଲି ବାରିବନ୍ଧ ସ୍ଥିତ ଗଣେଶ ନଗରସ୍ଥିତ ଏକ ଘରେ ଚାଲିଥିବା ଜୁଆ ଆଡ୍ଡା ଉପରେ ସୋମବାର ପୋଲିସ ଚଢ଼ଉ କରିଛି । ୨୧ଜୁଆଡ଼ିଙ୍କୁ ଗିରଫ କରିବା ସହ ସେମାନଙ୍କ ପାଖରୁ ନଗଦ ୪ଲକ୍ଷ ୯୯ହଜାର ୪୨୦ ଟଙ୍କା ଜବତ କରାଯାଇଛି । ଏଥି ସହିତ ୨୩ଟି ମୋବାଇଲ, ଏଲଇଡ଼ି ଟିଭି, କମ୍ପ୍ୟୁଟର, ହୋମ ଥିଏଟର୍ ସହ ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ଜବତ ହୋଇଛି। ବ୍ରହ୍ମପୁର ଟାଉନ ଏସଡିପିଓ ରାଜୀବ ଲୋଚନ ପଣ୍ଡାଙ୍କ ତ୍ୱତ୍ତାବଧନରେ ଥାନା ଅଧିକାରୀ ରାମ କୁମାର ମୁର୍ମୁ ଏବଂ ପୋଲିସର ଏକ ଟିମ୍ ଏହି ଚଢ଼ଉରେ ସାମିଲ ଥିଲା । ଏହି ଜୁଆ ଖେଳିବା ପାଇଁ ବାହାର ରାଜ୍ୟରୁ ଅନେକ ଜୁଆଡ଼ି ବ୍ରହ୍ମପୁରକୁ ଆସି ଏଠାରେ ରହୁଥିବା ନେଇ ପୋଲିସ ପାଖରେ ସୂଚନା ପହଞ୍ଚିଥିଲା । ସୂଚନା ମିଳିବା ପରେ ପୋଲିସ ପକ୍ଷରୁ ଏହି ଚଢ଼ଉ ହୋଇଛି।
BREAKING NEWS
- ବାପା, ମାଆ ସିଟରେ ଲଢ଼ିବେ ପୁଅ
- ମୁଜୀବ ଉର ରହେମାନଙ୍କ ସ୍ଥାନରେ ଏହି ୧୬ ବର୍ଷୀୟ ବୋଲରଙ୍କୁ ଦଳରେ ସାମିଲ କଲା କେକେଆର
- ଦୀପାଳି-ବର୍ଷା-ଅଳକା: କାହାକୁ ଟିକେଟ, କାହାର କଟିବ ?
- ପଦାର୍ପଣ ଡାଇମଣ୍ଡ ଲିଗରେ କମାଲ କରିବା ଲକ୍ଷ୍ୟରେ ଓଡିଶାର ଜାଭେଲିନ ଥ୍ରୋୟର କିଶୋର
- ପଦ୍ମ ଧରିଲେ ଭାରତର ସବୁଠାରୁ ଧନୀ ମହିଳା ସାବିତ୍ରୀ ଜିନ୍ଦଲ
- ଭାରତୀୟ ହକି ଦଳକୁ ‘ପ୍ୟାରିସ୍ ଅଲିମ୍ପିକ୍ସ ଶୁଭେଚ୍ଛା’ ଜଣାଇଲା ଓସ୍ଜା
- ଦିନିକିଆ ବିଶ୍ୱକପ କ୍ରିକେଟ ୨୦୨୭: ଚ୍ୟାଲେଂଜ ଲିଗ ପାଇଁ ଟିମ ଘୋଷଣା
- ବିଜେଡ଼ି ଟିକେଟ ଘୋଷଣା ପରେ ଜଗା ଦର୍ଶନ ସହ ଆଶୀର୍ବାଦ ନେଲେ ପ୍ରଣବ ପ୍ରକାଶ ଓ ସଞ୍ଜୟ ଦାସବର୍ମା
- ରୋହିତଙ୍କ ପାଖକୁ ଫେରିବ କି ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ଦାୟିତ୍ୱ
- ଏମାନଙ୍କର ଟିକେଟ୍ କାଟିଲା ବିଜେଡି ?