Latest Odisha News

BREAKING NEWS

ପାନଛେପ କାହିଁକି ପକାଇଲ? ପଚାରିବାରୁ ସ୍କୁଟି ଉପରେ କାର ଚଢ଼ାଇଦେଲେ

ବାରାଣାସୀ: ସାମାନ୍ୟ କଥାକୁ ନେଇ ଅଭାବନୀୟ ଘଟଣା ଘଟିଛି ବନାରସରେ । ପାନ ଛେପ କାହିଁକି ପକାଇଲ ପ୍ରଶ୍ନ କରିବାକୁ ଫର୍ଚୁନର କାରରେ ଯାଉଥିବା ଦୁଇ ଯୁବକ ସ୍କୁଟିରେ ଯାଉଥିବା ଦୁଇ ବ୍ୟକ୍ତିଙ୍କୁ ଧକ୍କା ଦେଇଥିଲେ । ଫର୍ଚୁନର ଧକ୍କାରେ ସ୍କୁଟି ଚାଳକଙ୍କର ମୃତ୍ୟୁ ହୋଇଛି ।

ଘଟଣା ଅନୁସାରୋ ହୋଟେଲରୁ କାମ ସାରି ସ୍କୁଟିରେ ଫେରୁଥିଲେ ମ୍ୟାନେଜର ଦେବକରଣ ଏବଂ ତାଙ୍କ ଭେଣୋଇ ରାଜେନ୍ଦ୍ର । ଏହି ସମୟରେ ଫର୍ଚୁନରରେ ଯାଉଥିବା ଦୁଇ ଯୁବକ ପାନଛେପ ପକାଇଥିଲେ । ସ୍କୁଟିରେ ଯାଉଥିବା ଦୁଇଜଣଙ୍କ ଉପରେ ପାନ ଛେପ ପଡ଼ିଥିଲା ।  ପାନଛେପ କାହିଁକି ପକାଇଲ ଦେବକରଣ ପଚାରିବାରୁ ଯୁବକ ଦୁଇଜଣ  ରାଗି ସେମାନଙ୍କୁ ଗାଳି କରିଥିଲେ । ଏହାପରେ  ଫର୍ଚୁନରରେ ବସିଥିବା ଯୁବକମାନେ ହୋଟେଲ ମ୍ୟାନେଜରଙ୍କ ସ୍କୁଟିକୁ ଧକ୍କା ଦେଇଥିଲେ ।  ମ୍ୟାନେଜର ଦେବକରଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ଏହା ଦେଖି ସ୍ଥାନୀୟ ଲୋକେ ପିଛା କରି ଫର୍ଚୁନରକୁ ଅଟକାଇଥିଲେ । ପୋଲିସ ତୁରନ୍ତ ଆସି ଦୁଇ ଯୁବକଙ୍କୁ ଗିରଫ କରିବା ସହ  ଫର୍ଚୁନର କାରକୁ ଜବତ କରିଛି। ଗିରଫ ହୋଇଥିବା ବ୍ୟକ୍ତିମାନଙ୍କ ନାମରେ  ଧାରା 304 ଅନୁଯାୟୀ  ମାମଲା ଦାୟର ହୋଇଛି । ତେବେ ମୃତକଙ୍କ ପରିବାର ଲୋକ ହତ୍ୟା ମାମଲା ରୁଜୁ ପାଇଁ ଦାବି କରିଛନ୍ତି ।

Leave A Reply

Your email address will not be published.