ବ୍ରହ୍ମପୁର: ଯେଉଁ କମ୍ପାନିରେ ସେଲସ ମ୍ୟାନ୍ ଭାବେ କାର୍ଯ୍ୟ କରୁଥିଲେ, ଶେଷରେ ସେଇ କମ୍ପାନିରୁ ହିଁ ଚୋରି କଲେ। ପୋଲିସ ହାତରେ ଧରାପଡ଼ିଲେ। ପାଖରୁ ମିଳିଲା ୧୩୬ଟି ମୋବାଇଲ ଫୋନ୍। ବ୍ରହ୍ମପୁରରେ ଏଭଳି ଘଟଣା ଦେଖିବାକୁ ମିଳିଛି।
ଗୋଷାଣିନୂଆଗାଁ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ କଡ଼ରେ ରହିଛି ହାଇଭିଲୁପ୍ ଲଜିଷ୍ଟିକ୍ସ ପ୍ରାଇଭେଟେ ଲିମିଟେଡ ନାମକ ଏକ ମୋବାଇଲ କମ୍ପାନିର ଗୋଦାମ୍। ଗତ ୧୫ ତାରିଖ ବିଳମ୍ବିତ ରାତିରେ ଗୋଦାମର ସଟରକୁ ଖୋଲି କେହି ଦୁର୍ବୃତ୍ତ ବିପୁଳ ପରିମାଣରେ ମୋବାଇଲ ଚୋରି କରିନେଇଥିଲେ। ୧୬ ତାରିଖ ସକାଳେ ଗୋଦାମ ଖୋଲିବା ପରେ ଏହା ଜଣାପଡ଼ିଥିଲା। ଗୋଦାମ ଭିତରୁ ୧୩୬ଟି ନୂଆଁ ଫୋନ୍ ଏବଂ ୪ଟି ଚାର୍ଜର ଚୋରି ହୋଇଯାଇଥିଲା। ଏନେଇ ମ୍ୟାନେଜର ବିରୁପାକ୍ଷ ଦାସ ଗୋଷାଣିନୂଆଗାଁ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ୯/୨୩ରେ ଏକ ମାମଲା ରୁଜୁ କରିଥିଲା। ତଦନ୍ତ ବେଳେ ସେଠାରେ କାର୍ଯ୍ୟ କରୁଥିବା ସେଲସ ମ୍ୟାନେଜର ଜି.ନରେଶ(୨୧) ତାଙ୍କ ସାଙ୍ଗ ଏସ.ଅଜୟ କୁମାର(୨୨)ଙ୍କ ସହଯୋଗରେ ଚୋରି କରିଥିବା ଜଣାପଡ଼ିଥିଲା। ଉଭୟଙ୍କୁ ପୋଲିସ ଗିରଫ ସହିତ ତାଙ୍କ ପାଖରୁ ଚୋରି ୧୩୬ଟି ମୋବାଇଲ ଫୋନ ଏବଂ ଚାର୍ଜର ଜବତ କରିଛି। ଗିରଫ ପରେ ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବ୍ରହ୍ମପୁର ଏସପି ଡା.ସର୍ବଣା ବିବେକ ଏମ୍ ସୂଚନା ଦେଇଛନ୍ତି।
BREAKING NEWS
- ପଣ୍ଡିତ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପ୍ରକଳ୍ପ ଅଟକଳ ବଢାଇବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ
- Aahar scheme:‘ଆହାର’ ଯୋଜନାକୁ ବାଧାହୀନ ଭାବେ ଚାଲୁ ରଖିବା ପାଇଁ ନିଆଗଲା ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ
- Supply of essential goods: ଏନ୍ଫୋର୍ସମେଣ୍ଟ ସ୍କ୍ବାଡ୍ ୨୪ ଘଣ୍ଟିଆ ସଜାଗ ରହନ୍ତୁ,ଜିଲ୍ଲାପାଳମାନେ ମାର୍କେଟ ସ୍ଥିତି ଅନୁଧ୍ୟାନ କରନ୍ତୁ: ମୁଖ୍ୟମନ୍ତ୍ରୀ
- ଯଶସ୍ୱୀ, ବୈଭବଙ୍କ ବିସ୍ଫୋରକ ବ୍ୟାଟିଂ: ରାଜସ୍ଥାନ ନିକଟରୁ ଶୋଚନୀୟ ଭାବେ ହାରିଲା ଚେନ୍ନାଇ
- BJP: ପଦ୍ମ ଧରିଲେ କେନ୍ଦୁଝରଗଡ଼ ପୌର ଉପାଧ୍ୟକ୍ଷଙ୍କ ସହ ୮ କାଉନସିଲର
- Bbsr-Singapore Flights Cancelled:ଯୁଦ୍ଧର ପ୍ରଭାବ…ଭୁବନେଶ୍ବରରୁ ସିଙ୍ଗାପୁରକୁ ଅନ୍ତର୍ଜାତୀୟ ବିମାନସେବା ବନ୍ଦ
- ଅଏଲ୍ ଇଣ୍ଡିଆ ଏବଂ ସିଏସଆଇଆର-ଆଇଏମଏମଟି ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ
- ହାର୍ଦ୍ଦିକଙ୍କ ବ୍ୟାଟ ଚୋରୀ କରି ନେଇଗଲେ ରିଙ୍କୁ
- AI in healthcare: ଅଙ୍ଗ ପ୍ରତିରୋପଣ କ୍ଷେତ୍ରରେ ଭାରତ ବିଶ୍ୱର ତୃତୀୟ ଶ୍ରେଷ୍ଠ ଦେଶ
- କମାଣ୍ଡର ଚେଲ୍ଲୁରି ନାରାୟଣ ରାଓଙ୍କ ସମେତ ୮ ନକ୍ସଲଙ୍କ ଆତ୍ମସମର୍ପଣ ,ମୁଣ୍ଡରେ ଥିଲା ୨୫ଲକ୍ଷ
Comments are closed.