ବ୍ରହ୍ମପୁର: ବରଗଡ ଜିଲ୍ଲା ପଦ୍ମପୁର ଉପନିର୍ବାଚନ ପ୍ରଚାର ସମୟରେ ନନ୍ଦିଘୋଷ ଟିଭିର କାର୍ଯ୍ୟରତ ସାମ୍ବାଦିକ ଦେବହରି ବେହେରାଙ୍କୁ କିଛି ଅସାଧୁ ବ୍ୟକ୍ତି ଆକ୍ରମଣ କରିଥିବା ନେଇ ଜଣାପଡିଛି। ଏହାକୁ ବିରୋଧ କରିବା ସହ ଆକ୍ରମଣକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛି ବ୍ରହ୍ମପୁର ପ୍ରେସ୍ କ୍ଲବ୍। ଏହି ମର୍ମରେ ଗୁରୁବାର ସନ୍ଧ୍ୟାରେ ସ୍ଥାନୀୟ ଗାନ୍ଧୀ ଛକ ଠାରେ ଏକ ଶାନ୍ତିପୂର୍ଣ୍ଣ ପ୍ରତିବାଦ କରିବା ସହ ଆକ୍ରମଣକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଥିଲା। ଏହାସହ ବିଭିନ୍ନ ସମୟରେ ସାମ୍ବାଦିକଙ୍କୁ ଆକ୍ରମଣ ହେଉଥିବା ବେଳେ ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟିଦେଇ ଏକ ସ୍ୱତନ୍ତ୍ର ନିୟମ ପ୍ରଣୟନ କରନ୍ତୁ ବୋଲି ବହୁ ସାମ୍ବାଦିକ କହିଥିଲେ। ଏହି ପ୍ରତିବାଦ ସଭାରେ ବରିଷ୍ଠ ସାମ୍ବାଦିକ ଜଗନମୋହନ ମହାପାତ୍ର, ମନୋଜକାନ୍ତ ଦାସ, ଗୋପାଳ ପଟ୍ଟନାୟକ, ନାରାୟଣ ମହାଙ୍କୁଡ, ସୁଦୀପ ସାହୁ, ପିତାମ୍ବର ନାହକ, ଚିରଞ୍ଜିତ ରାଜଗୁରୁ, ପ୍ରହଲ୍ଲାଦ ସାହୁ, ଶିବରାମ ଚୌଧୁରୀ, ଆଶୀର୍ବାଦ ରାଉତ, ଶିବରାମ ଦଳେଇ, ଗୋପାଳକୃଷ୍ଣ ରେଡ୍ଡି, ବାବୁଲା ପାଣିଗ୍ରାହୀ, ମାନସ ବିଷୋୟୀ, ଲିଙ୍ଗରାଜ ଦାସ, ଅଭୟ ପାଢ଼ୀ, ପିଣ୍ଟୁ ବେହେରା, ଲିକୁ ଡାକୁଆ, ପ୍ରଶାନ୍ତ ଦାସ, ଅନନ୍ତ ଆପଟ, ଅମର ଦାସ, ଅଭିଜିତ୍ କର, ବି.କେ ବିଶାରଦ, କିରଣ ମିଶ୍ରଙ୍କ ସମେତ ବହୁ ସାମ୍ବାଦିକ ଉପସ୍ଥିତ ଥିଲେ।
BREAKING NEWS
- ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ, ସର୍ଚ୍ଚ ଅପରେସନ ଜାରି
- ଆଜିଠୁ ATMରୁ ଟଙ୍କା ଉଠାଣ ସୀମା ବଦଳିଲା, ନୂଆ ଆୟକର ଆଇନ ଲାଗୁ
- ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ୍ ପାରିତ
- ଆଜି ଉତ୍କଳ ଦିବସ, ସ୍ୱତନ୍ତ୍ର ଓଡ଼ିଶା ଗଠନକୁ ପୂରିଲା ୯୦ ବର୍ଷ
- ଦୀର୍ଘ ସମୟ ଧରି ଚାଲିଲା ବିଧାନସଭା ଅଧିବେଶନ, ରାତି ଅଧରେ ହେଲା ବିଲ୍ ପାସ୍
- ବଙ୍ଗଳା ନିର୍ବାଚନରେ ବିଜେପି ପାଇଁ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- କମର୍ସିଆଲ LPG ଦର ବଢ଼ାଇଲେ କେନ୍ଦ୍ର ସରକାର
- ୩୩ ଜଣ ମାଓବାଦୀ ଆତ୍ମସମର୍ପଣ, ମାଓ ଡମ୍ପରୁ ୭କିଲୋ ସୁନା ସହ ୧୪ କୋଟିରୁ ଊର୍ଦ୍ଧ୍ବ…
- କାର୍ଯ୍ୟରେ ଅବହେଳା ଯୋଗୁଁ ସୁବର୍ଣ୍ଣପୁର ଡିଆରସିଏସ ନିଲମ୍ବିତ, ସୋନପୁର ଏଆସିଏସଙ୍କୁ ଅତିରିକ୍ତ ଦାୟିତ୍ୱ
- ଆଇଏଏସ ସ୍ତରରେ ଅଦଳବଦଳ, ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ବ…
Comments are closed.