Latest Odisha News

BREAKING NEWS

କୋଟିପତି ଭିକାରୀ: ସମ୍ପତି ତାଲିକା ଶୁଣିଲେ ହୋସ ଉଡ଼ିଯିବ

ବ୍ରିଟେନ: ଭିକାରୀ ପୁଣି ଧନୀ ? ଏମିତି କଥା ତ ନିହାତି ଆଶ୍ଚର୍ଯ୍ୟଜନକ । ଆଶ୍ଚର୍ଯ୍ୟ ଲାଗିଲେ ବି ଏହା ଅସମ୍ଭବ ବୋଲି ଆପଣ କହିପାରିବେନି । କାରଣ ଆଜିର ଦୁନିଆରେ ଏମିତି କଥା ବି ସମ୍ଭବ । ଜାଣି ଆଶ୍ଚର୍ଯ୍ୟ ହେବେ, ରାସ୍ତାରେ ବୁଲି ବୁଲି ଭିକ ମାଗୁଥିବା ଜଣେ ବ୍ୟକ୍ତି ୫ କୋଟିରୁ ଅଧିକ ସମ୍ପତ୍ତିର ମାଲିକ ।
ଲଣ୍ଡନରେ ରହୁଥିବା ଏହି କୋଟିପତି ଭିକାରୀଙ୍କ ନାଁ ଡାମ । ଯେତେବେଳେ ଦେଖିବ ବୁଲୁଥିବେ ରାସ୍ତାରେ । ବେଶଭୂଷା ବିଲକୁଲ ଜଣେ ଭିକାରୀ ପରି । ବୁଲି ବୁଲି ରାସ୍ତାରେ ଭିକ ମାଗୁଥିବା ଏହି ବ୍ୟକ୍ତି ଜଣକ ୧,୩୦୦ପାଉଣ୍ଡ ଅର୍ଥାତ ୧.୨୭ ଲକ୍ଷ ଟଙ୍କା ପ୍ରତିମାସରେ ଘରଭଡା ବାବଦରେ ପାଇଥାନ୍ତି ।

ଡାମ ଏକ ସାକ୍ଷାତକାର ସମୟରେ ନିଜ ସମ୍ପତିର ଯେଉଁ ତାଲିକା ଦେଇଛନ୍ତି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି । ତେବେ ଆପଣ ଭାବୁଥିବେ ଏତେ ସମ୍ପତିର ମାଲିକ ଏମିତି ରାସ୍ତାରେ ଭିକାରିଙ୍କ ପରି କାହିଁକି ବୁଲନ୍ତି ? ଏହାର ମୂଳ କାରଣ ହେଲା ନିଶା । ଏହି କୋଟିପତି ବ୍ୟକ୍ତି ଜଣକ ହେରୋଇନ ଏବଂ ଅନ୍ୟାନ୍ୟ ନିଶାରେ ଏତେ ଚୁର ଯେ, ରାସ୍ତାରେ ଭିକାରୀଙ୍କ ପରି ଜୀବନ ବିତାଉଛନ୍ତି ।

ଡାମଙ୍କ କହିବାନୁଯାୟୀ, ଅତି କମ ବୟସରେ ସେ ହେରୋଇନ ପରି ନିଶା ସେବନ କରିବା ଆରମ୍ଭ କରିଥିଲେ । ନିଶା କବଜାରେ ଆସିବା ପରେ ସେ ସାତ ବର୍ଷ ଧରି ନିଜକୁ ନିୟନ୍ତ୍ରଣରେ ରଖିଥିଲେ । ହେଲେ ତା’ ପରେ ନିଶା ତାଙ୍କୁ ନିୟନ୍ତ୍ରଣ କରିବାକୁ ଲାଗିଲା । ଡାମ ଏକ ମଧ୍ୟମ ପରିବାରରେ ବଢିଥିଲେ । ସେ ଭଲ ଖେଳୁଥିଲେ । ଏଥିପାଇଁ ସ୍କୁଲ ସମୟରୁ ଛାତ୍ରବୃତ୍ତି ବି ପାଉଥିଲେ । ହେଲେ କିଶୋର ବୟସରୁ ଯେତେବେଳେ ଯୌବନ ଆଡକୁ ଯିବାକୁ ଆରମ୍ଭ କଲେ ତାଙ୍କ ଜୀବନର ଗତିପଥ ବଦଳିବାକୁ ଲାଗିଲା ।

୧୩ ବର୍ଷ ବୟସରୁ ସେ ଗଞ୍ଜେଇ ଖାଇବା ଆରମ୍ଭ କରିଥିଲେ । ଆସ୍ତେ ଆସ୍ତେ ନିଶା ତାଙ୍କୁ କବଳିତ କରିନେଲା । ସମୟ କ୍ରମେ ସେ ସବୁ ପ୍ରକାର ନିଶାରେ ଅଭ୍ୟସ୍ତ ହୋଇଗଲେ । ୧୮ ବର୍ଷରୁ ହେରୋଇନ ନେବା ଆରମ୍ଭ କରିଦେଲେ । ତା ପରେ ତାଙ୍କୁ ନିଶା ନିବାରଣ କେନ୍ଦ୍ରକୁ ପଠାଯାଇଥିଲା । ସେଠାରେ ସେ ୭ ବର୍ଷ ନିଜକୁ ନିୟନ୍ତ୍ରଣରେ ରଖିଲେ । ହେଲେ ତା ପରେ ନିଶା କବଳକୁ ଚାଲି ଯାଇଥିଲେ ।

ଡାମଙ୍କ କହିବା ନୁଅଯାୟୀ, ଘର ଭଡାରୁ ଆସୁଥିବା ସବୁ ଅର୍ଥ ସେ ନିଶା ସେବନରେ ଖର୍ଚ୍ଚ କରୁଥିଲେ । ସେ ଲଣ୍ଡନର ରାଜରାସ୍ତରେ ଭିକ ବି ମାଗିଥିଲେ । ଭିକମାଗି ସେ ଦୈନିକ ୨୦୦ରୁ ୩୦୦ ପାଉଣ୍ଡ ରୋଜଗାର କରୁଥିଲେ । ସେ ଘରକୁ ନ ଯାଉ ଷ୍ଟେସନରେ ରହୁଥିଲେ ଏବଂ ଷ୍ଟେସନ ବାହାରେ ଶୋଉଥିଲେ ।

ସେ କହିଛନ୍ତି, ତାଙ୍କର ପ୍ରଥମ ସନ୍ତାନ ଯେତେବେଳେ ଦୁନିଆକୁ ଆସିଲା ତାଙ୍କର ବାପା ଏକ ଘର କିଣିଥିଲେ । କାରଣ ସେ ଚାହୁଁଥିଲେ ପିଲାଙ୍କ ପାଖରେ ରହିବାକୁ ଘର ଖଣ୍ଡେ ଥାଉ । ଏହି ଘରର ମୂଲ୍ୟ ୫୩୦ ପାଉଣ୍ଡ । ଆସ୍ତେ ଆସ୍ତେ ତାଙ୍କ ପରିବାର ଏବଂ ସମ୍ପର୍କୀୟ ତାଙ୍କଠାରୁ ଦୂରେଇବାକୁ ଲାଗିଲେଣି । କାରଣ ସମସ୍ତେ ଡରୁଛନ୍ତି କାଳେ ସେ ତାଙ୍କୁ ଟଙ୍କା ମାଗିବ । ଡାମ ଯଦିଓ ଏହି ନିଶାଠାରୁ ଦୂରେଇବାକୁ ଚାହୁଁଛନ୍ତି ହେଲେ ତାହା ସମ୍ଭବ ହୋଇ ପାରୁନି ।

 

Leave A Reply

Your email address will not be published.