ବ୍ରହ୍ମପୁର: ଦୁର୍ଗା ପୂଜା ପାଇଁ ପାଟ୍ରୋଲିଂ କରିବା ସମୟରେ ନକଲି ପୋଲିସକୁ ଧରିଛନ୍ତି ନିଜେ ବ୍ରହ୍ମପୁର ଏସପି ଡା. ସର୍ବଣା ବିବେକ ଏମ୍। ପୋଲିସ ଲେଖାହୋଇଥିବା କାର୍ ଜବତ କରାଯାଇଛି
ଏବଂ ଚାଳକଙ୍କୁ ଅଟକ ରଖାଯାଇଛି। ସେ ସୂଚନା ଦେଇଛନ୍ତି ଯେ, ରବିବାର ପୂଜା ପାଇଁ ପାଟ୍ରୋଲିଂ ଚାଲିଥିବା ବେଳେ ଏକ ହ୍ୟୁଣ୍ଡାଇ କ୍ରେଟା କାର୍ ସହର ଭିତରେ ସନ୍ଦେହଜନକ ଅବସ୍ଥାରେ ବୁଲୁଥିବା ଦେଖିବାକୁ ମିଳିଥିଲା। କାରରେ ପୋଲିସ ଷ୍ଟିକର ଲାଗିଥିଲା। କାରକୁ ଅଟକାଇ ଯାଞ୍ଚ କରାଯାଇଥିଲା। କାର ଚାଳକ ଜଣକ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲା କୋଟାବୋମାଲ୍ଲୀର କୋରଡ଼ା ସୁବ୍ରମଣ୍ୟମ୍ ବୋଲି ଜଣାଡ଼ିଥିଲା। କାରଟି କୌଣସି କୌଣସି ପୋଲିସ ଅଧିକାରୀଙ୍କ ନଥିବା ବେଳେ ଚଳାଉଥିବା ସୁବ୍ରମଣ୍ୟମ ମଧ୍ୟ ପୋଲିସ କର୍ମଚାରୀ ନୁହଁନ୍ତି। ଠକେଇ, ସରକାରୀ କର୍ମଚାରୀଙ୍କ ନକଲି ପରିଚୟ ଏବଂ ନକଲି ଚିହ୍ନ ବ୍ୟବହାର କରିଥିବା ଯୋଗୁ ବ୍ରହ୍ମପୁର ଟାଉନ ଥାନାରେ ଏନେଇ ଏକ ମାମଲା ରୁଜୁ କରାଯାଇଛି। ଚାଳକଙ୍କୁ ଅଟକ ରଖାଯିବା ସହିତ ଘଟଣାର ତଦନ୍ତ ଚାଲିଥିବା ବ୍ରହ୍ମପୁର ଏସ୍ପି ସୂଚନା ଦେଇଛନ୍ତି। ସୂଚନା ଯୋଗ୍ୟ ଯେ, ଗତ ଅଗଷ୍ଟ ୨୮ ତାରିଖରେ ବ୍ରହ୍ମପୁର ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଥିଲା, ଯିଏ ନିଜ ବାଇକରେ ପୋଲିସ ଷ୍ଟିକର ଲଗାଇବା ସହିତ ନିଜକୁ ପୋଲିସର ପରିଚୟ ଦେଉଥିଲେ।
BREAKING NEWS
- ରାଜ୍ୟ ପାଇଁ ଗର୍ବର ବିଷୟ: ବିଶ୍ୱସ୍ତରୀୟ ମାନଦଣ୍ଡ ପୂରଣ କରି ସୁବର୍ଣ୍ଣ ଅଧ୍ୟାୟ ଯୋଡ଼ିଲା ଭୁବନେଶ୍ୱର ବିମାନବନ୍ଦର
- କଟକରେ ପୁଣି ଡେଙ୍ଗୁ ଆତଙ୍କ: ଚିହ୍ନଟ ହେଲେ ୩ ନୂଆ ଆକ୍ରାନ୍ତ, ପ୍ରଶାସନର ବଢ଼ିଲା ଚିନ୍ତା
- ବଲାଙ୍ଗୀରରେ ହାଇପ୍ରୋଫାଇଲ୍ ସେକ୍ସ ରାକେଟ୍ ଠାବ: ସ୍ୱାମୀ-ସ୍ତ୍ରୀଙ୍କ ସମେତ ୭ ଗିରଫ, ୯ ଯୁବତୀ ଉଦ୍ଧାର
- Reprehensible act of vandalism:୧୦୦ ବର୍ଷ ପୁରୁଣା ହିନ୍ଦୁ ମନ୍ଦିର ଭଙ୍ଗିଲା ପାକିସ୍ତାନ; ଭାରତ ଦୃଢ଼ ଆପତ୍ତି ଜଣାଇବା ସହ କାର୍ଯ୍ୟାନୁଷ୍ଠାନ ଦାବି କରିଛି
- କ୍ଷେପଣାସ୍ତ୍ର ନିର୍ମାଣରେ ଇରାନକୁ ସାହାଯ୍ୟ କରୁଛି ଋଷିଆ !
- କୋଲ୍ଡ ଡ୍ରିଙ୍କସ୍ରେ କାହିଁକି କମ୍ ଥାଏ ଚିନି?ଜାଣନ୍ତୁ ବ୍ରିଟେନ ଓ ଭାରତର କୋଲ୍ଡ ଡ୍ରିଙ୍କସ୍ ମଧ୍ୟରେ ଥିବା ବଡ଼ ଫରକ
- ରୋହିତ, ସାମୀ ଓ ଭୁବନେଶ୍ୱର କାହିଁକି ନେଉନାହାନ୍ତି ଅବସର?
- ଆଗକୁ ପାର୍ବଣ, ବଜାରରେ ଅନିଶ୍ଚିତତା: ଆମେରିକାର ଆର୍ଥିକ ସ୍ଥିତି ବଦଳାଇବ କି ସୁନା ଦର?
- ରିଲାଏନ୍ସର ନୂଆ ଧମାକା: ଲଞ୍ଚ ହେଲା JioPC କ୍ଲାଉଡ୍ ପ୍ଲାନ୍, ପୁରୁଣା କମ୍ପ୍ୟୁଟର ପାଲଟିବ ସୁପରକମ୍ପ୍ୟୁଟର
- Helicopter Misuse Case Against Naveen:ନବୀନ- ପାଣ୍ଡିଆନଙ୍କ ବିରୋଧରେ ହେଲିକପ୍ଟର ମାମଲା:ରିଭିଜନ ପିଟିସନକୁ ଖାରଜ କଲେ କୋର୍ଟ

Comments are closed.