ୱାଶିଂଟନ: ଇରାନ ବିରୁଦ୍ଧରେ ଆମେରିକା ଏକ ଅଭୂତପୂର୍ବ ଆର୍ଥିକ ଅଭିଯାନ ଆରମ୍ଭ କରିଛି। ଏହି ଅଭିଯାନ ଇରାନର ଆର୍ଥିକ ନେଟୱାର୍କ, ତୈଳ ରାଜସ୍ୱ ଏବଂ ବିଶ୍ୱ ସଂଯୋଗକୁ ଟାର୍ଗେଟ କରୁଛି। ତେବେ ଏହା ଦ୍ୱାରା ତେହେରାନ ଉପରେ ଚାପ ବୃଦ୍ଧି କରି ହେବ।
ଆମେରିକା ବାଣିଜ୍ୟ ସଚିବ ସ୍କଟ୍ ବେସାଣ୍ଟ କହିଛନ୍ତି ଯେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିର୍ଦ୍ଦେଶରେ ଆମେରିକାର ଟ୍ରେଜେରୀ “ଅପରେସନ୍ ଇକୋନୋମିକ୍ ଆଉଟକାଷ୍ଟ” ଆରମ୍ଭ କରିଛି। ସେ ଏହି ଅଭିଯାନକୁ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଡି-ଡେରେ ମିତ୍ର ରାଷ୍ଟ୍ର ଆକ୍ରମଣ ସହିତ ତୁଳନା କରିଛନ୍ତି।
ସେ କହିଛନ୍ତି ଯେ ଆଜି ରାଷ୍ଟ୍ରପତି ଟ୍ରମ୍ପଙ୍କ ନିର୍ଦ୍ଦେଶରେ, ଆମେରିକାର ଟ୍ରେଜେରୀ “ଅପରେସନ୍ ଇକୋନୋମିକ୍ ଆଉଟକାଷ୍ଟ” ଆରମ୍ଭ କରିଛି। ଯାହା ଇସଲାମିକ୍ ଗଣରାଜ୍ୟ ଇରାନ ଏବଂ ଏହାର ମିତ୍ର ରାଷ୍ଟ୍ର ବିରୁଦ୍ଧରେ ଏକ ବଡ଼ ଆର୍ଥିକ ଅଭିଯାନ।
ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଡି-ଡେ ଆମର ମିତ୍ର ରାଷ୍ଟ୍ରଙ୍କ ସହଯୋଗରେ ତୃତୀୟ ଦେଶରେ ଅବସ୍ଥିତ ଶତ୍ରୁଙ୍କୁ ବିତାଡ଼ିତ ଏବଂ ଟାର୍ଗେଟ କରିବା ପାଇଁ ଏକ ଅଭିଯାନର ଐତିହାସିକ ଆରମ୍ଭ ଥିଲା। ଆଜି ସମାନ ଭାବେ ଆମେ ସାରା ବିଶ୍ୱରେ ଇରାନର ଆର୍ଥିକ ସଂଯୋଗ ବିରୁଦ୍ଧରେ ଏକ ଆର୍ଥିକ ଆକ୍ରମଣ ଆରମ୍ଭ କରୁଛୁ। ଏହାର ଲକ୍ଷ୍ୟ ହେଉଛି ଇସଲାମିକ୍ ରିଭଲ୍ୟୁସନାରୀ ଗାର୍ଡ କର୍ପସ (IRGC) ସହିତ ଜଡିତ ଇରାନ ସରକାରଙ୍କୁ ସମର୍ଥନ କରୁଥିବା ଆର୍ଥିକ ଚ୍ୟାନେଲଗୁଡ଼ିକୁ କାଟି ଦେବା। ତେବେ ଏହି ଅତ୍ୟାଚାରୀ ଶାସନକୁ ବଜାୟ ରଖିଥିବା ପ୍ରତ୍ୟେକ ଅର୍ଥନୈତିକ ଜୀବନରେଖାକୁ କାଟି ଦେବୁ, ଯାହା ତେହେରାନକୁ ଏକା କରିଦେବ।
ତେବେ ଆମେରିକା ଏଭଳି କଲେ ୫ ପ୍ରମୁଖ ସେକ୍ଟର ଉପରେ ପ୍ରଭାବ ପଡ଼ିବ। ସେଥିମଧ୍ୟରେ ରହିଛି – ଡିଜିଟାଲ ସମ୍ପତ୍ତି, ପ୍ରଯୁକ୍ତିବିଦ୍ୟା, ସୁନା, ଉଡ଼ାଣ ଏବଂ ପରିବହନ।
ସେ ଆହୁରି ମଧ୍ୟ ଧମକ ଦେଇ କହିଛନ୍ତି ଯେ ବିଶ୍ୱ ନେତାମାନେ ଆମେରିକା ଏବଂ ଇରାନ ମଧ୍ୟରେ ନିଷ୍ପତ୍ତି ନେବାର ସମୟ ଆସିଛି।


Comments are closed.