Latest Odisha News

BREAKING NEWS

ଆଇପିଏଲ: ୨୦ତମ ଓଭରରେ ଷ୍ଟୋଇନିସଙ୍କ ଷ୍ଟ୍ରାଇକ ରେଟ ସବୁଠାରୁ ଆଗରେ

ଚେନ୍ନାଇ: ଚଳିତ ଆଇପିଏଲରେ ମାର୍କସ ଷ୍ଟୋଇନିସଙ୍କ ପ୍ରଦର୍ଶନ ପ୍ରଶଂସନୀୟ ରହିଛି । ତାଙ୍କର ଚମତ୍କାର ଶତକ ବଳରେ ଲକ୍ଷ୍ନୌ ସୁପର ଜ୍ୟାଂଟସ ଶେଷ ଓଭରରେ ଚେନ୍ନାଇ ସୁପର କିଙ୍ଗସକୁ ପରାସ୍ତ କରିଛି । ୨୦ତମ ଓଭରରେ ୧୭ ରନ ଆବଶ୍ୟକ ହେଉଥିବା ବେଳେ ଷ୍ଟୋଇନିସ ୩ଟି ବଲରେ ଏହାକୁ ହାସଲ କରି ନେଇଥିଲେ । ଏଥିସହ ୨୦ ତମ ଓଭରରେ ତାଙ୍କ ଷ୍ଟ୍ରାଇକ ରେଟ ଅନ୍ୟମାନଙ୍କଠାରୁ ଆଗରେ ରହିଛି । ଷ୍ଟୋଇନିସଙ୍କ ଷ୍ଟ୍ରାଇକ ରେଟ ୨୮୫.୯୪ ରହିଛି । ଆଇପିଏଲରେ ୨୦ତମ ଓଭରରେ ଭଲ ଷ୍ଟ୍ରାଇକ ରେଟ ରଖିଥିବା ଅନ୍ୟ ଖେଳାଳିମାନେ ହେଲେ- ଯୁବରାଜ ସିଂ (୨୫୨.୦୨), ଏବି ଡିଭିଲର୍ସ(୨୫୫.୬୮), ସଞ୍ଜୁ ସାମସନ (୨୪୮.୭୮) ଓ ରୋହିତ ଶର୍ମା (୨୮୨.୪୨) ।

ଷ୍ଟୋଇନିସ ଏହି ମ୍ୟାଚରେ ୧୩ ଚୌକା ଓ ୬ ଛକା ସହାୟତାରେ ୧୨୪ ରନ କରି ଦଳକୁ ଜିତାଇଥିଲେ । ତାଙ୍କ ଶତକ ଆଗରେ ରିତୁରାଜ ଗାଏକ୍ୱାଡଙ୍କ ଇନିଂସ ଫିକା ପଡି ଯାଇଥିଲା ।

Leave A Reply

Your email address will not be published.