ଭୁବନେଶ୍ବର: ଚେହେରାରେ ଅଧିକ ଫ୍ୟାଟ ଥିଲେ ଫେସ୍ ବଡ ଲାଗେ । ଖାସ୍ କରି ଝିଅମାନେ ସ୍ଲିମ ଚେହେରା ପସନ୍ଦ କରନ୍ତି । ତେବେ ବ୍ୟାୟମ ଦ୍ବାରା ଚେହେରାର ଫ୍ୟାଟ କମ୍ ହୋଇଥାଏ । ଏହି ସହଜ ଓ ସରଳ ବ୍ୟାୟମ ବିଷୟରେ ଜାଣିବା..
-ଗାଲକୁ ଭିତରକୁ ଟାଣିକି ଦାନ୍ତ ତଳକୁ ଦବାନ୍ତୁ। ୧୦ ସେକେଣ୍ଡ ଏହି ଅବସ୍ଥାରେ ରୁହନ୍ତୁ। ଏହିପରି ୧୦ ଥର ରିପିଟ୍ କରନ୍ତୁ ।
– ବେକ ପଛପଟକୁ ନୁଆଇଁ ଉପରକୁ ଦେଖନ୍ତୁ । ବର୍ତ୍ତମାନ ଜିଭକୁ ଯେତେ ହୋଇପାରିବ ବାହାର କରନ୍ତୁ। ୧୦ ସେକେଣ୍ଡ ଏହି ଅବସ୍ଥାରେ ରୁହନ୍ତୁ। ଏମିତି ୧୦ ଥର ରିପିଟ୍ କରନ୍ତୁ ।
-ବେକକୁ ସିଧା ରଖନ୍ତୁ। ବର୍ତ୍ତମାନ ଓଠକୁ ଗୋଲ୍ କରିକି ଟାଇଟ୍ କରନ୍ତୁ। ଗାଲକୁ ଭିତରକୁ ନେବା ପାଇଁ ଚେଷ୍ଟା କରନ୍ତୁ। ୧୦ ସେକେଣ୍ଡ୍ ପର୍ଯ୍ୟନ୍ତ ଏହି ଅବସ୍ଥାରେ ରୁହନ୍ତୁ। ଏମିତି ୧୦ ଥର ପୁନରାବୃତ୍ତି କରନ୍ତୁ।
-ଗାଲ ଓ ଓଠକୁ ଭିତରକୁ ଟାଣନ୍ତୁ। ୫ ସେକେଣ୍ଡ୍ ପାଇଁ ରୁହନ୍ତୁ। ଏହି ବ୍ୟାୟମକୁ ୧୦ ଥର ରିପିଟ୍ କରନ୍ତୁ ।
-ବେକକୁ ସିଧା ରଖିବେ ଏହାପରେ ଓଠକୁ ଗୋଲ୍ କରିକି ଟାଇଟ୍ କରିବେ । ଗାଲକୁ ଭିତରକୁ ନେବା ପାଇଁ ଚେଷ୍ଟା କରନ୍ତୁ। ୧୦ ସେକେଣ୍ଡ୍ ପର୍ଯ୍ୟନ୍ତ୍ୟ୍ୟନ୍ତ ରୁହନ୍ତୁ।
– ମୁହଁର ତଳପାର୍ଶ୍ୱର ଥୋଡିକୁ ଆଗକୁ ବାହାର କରନ୍ତୁ। ଓଠକୁ ଯେତିକି ହେବ ଉପରକୁ ଉଠାନ୍ତୁ। ୧୦ ସେକେଣ୍ଡ୍ ପର୍ଯ୍ୟନ୍ତ ଏହି ଅବସ୍ଥାରେ ରୁହନ୍ତୁ। ଏମିତି ୧୦ ଥର କରନ୍ତୁ।
Comments are closed.