Latest Odisha News

ସନଟ୍ୟାନରୁ ରକ୍ଷା ପାଇବା ପାଇଁ ବ୍ୟବହାର କରନ୍ତୁ ଘରୋଇ ଫେସ୍ ପ୍ୟାକ୍

ଭୁବନେଶ୍ଵର: ଖରାଦିନେ ଶରୀରରୁ ଅଧିକ ମାତ୍ରାରେ ଝାଳ ବାହାରିବା ଦ୍ୱାରା ସ୍କିନ ଅଠାଳିଆ ହୋଇଯାଏ। ଏଥିରୁ ମୁହଁରେ ବ୍ରଣ ବାହାରେ। ଏଥିପାଇଁ ଜରୁରୀ କି, ଆପଣ ତ୍ୱଚାକୁ ହାଇଡ୍ରେଟ ରଖନ୍ତୁ। ଆଜି ଆମେ ଆପଣଙ୍କୁ ଏମିତି କିଛି ଉପାୟ ବିଷୟରେ କହିବାକୁ ଯାଉଛୁ, ଯାହାକି ବହୁତ ଶସ୍ତା ତଥା ରୋଷେଇ ଘରେ ସହଜରେ ମିଳିଯିବ। ଆମେ କଥା ହେଉଛେ ଗହମ ଅଟା ବିଷୟରେ। ଖରାଦିନେ ଆପଣ ଗହମ ଅଟାର ଫେସ ପ୍ୟାକ ଲଗାଇ ତ୍ଵଚାକୁ ଉଜ୍ଜ୍ୱଳ କରିପାରିବେ। ଆସନ୍ତୁ ଜାଣିବା କେମିତି ପ୍ରସ୍ତୁତ କରିବା ଅଟା ଫେସ ପ୍ୟାକ।

୧. ଅଟା ଓ କ୍ଷୀର: ଗୋଟିଏ ପାତ୍ରରେ ଅଟା ଓ କ୍ଷୀର ନିଅନ୍ତୁ ଏବଂ ଏହାର ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହି ଫେସ ପ୍ୟାକକୁ ଚେହେରା ଉପରେ ଲଗାନ୍ତୁ ଏବଂ ୧୫ ମିନିଟ ପାଇଁ ଛାଡ଼ିବାକୁ ଦିଅନ୍ତୁ। ଏହାପରେ ଚେହେରା ଧୋଇ ଦିଅନ୍ତୁ। ଏହାଦ୍ୱାରା ବ୍ରଣ ସମସ୍ୟା ଦୂର ହୋଇଯିବ।

୨. ଅଟା, ଗୋଲାପ ଜଳ ଓ କ୍ଷୀର: ଚେହେରାକୁ ମୁଲାୟମ ଏବଂ ଗ୍ଲୋଇଂ କରିବା ପାଇଁ ଅଟା, ଗୋଲାପ ଜଳ ଓ କ୍ଷୀରର ଫେସ ପ୍ୟାକ ଲଗାନ୍ତୁ। ପ୍ରଥମେ ଏହି ୩ଟି ଜିନିଷକୁ ମିକ୍ସ କରି ନିଅନ୍ତୁ। ଏହାପରେ ଏହି ମିକ୍ସଚରକୁ କିଛି ସମୟ ପାଇଁ ଫ୍ରିଜରେ ରଖି ଦିଅନ୍ତୁ। ଥଣ୍ଡା ହୋଇଗଲା ପରେ ଏହାକୁ ଚେହେରାରେ ଲଗାନ୍ତୁ ଏବଂ ୧୫ ମିନିଟ ପାଇଁ ଛାଡ଼ି ଦିଅନ୍ତୁ। ଶେଷରେ ମୁହଁକୁ ପାଣିରେ ଧୋଇ ନିଅନ୍ତୁ।

୩. ଅଟା, ମହୁ ଓ ଦହି: ସ୍କିନକୁ ହାଇଡ୍ରେଟ କରିବା ପାଇଁ ଏହି ଫେସ ପ୍ୟାକ ବହୁତ ଲାଭଦାୟକ ହୋଇଥାଏ। ଅଟା, ମହୁ ଓ ଦହିକୁ ଭଲ ଭାବେ ମିକ୍ସ କରି ନିଅନ୍ତୁ। ଏହାକୁ ଚେହେରାରେ ଲଗାଇବାର ୨୦ ମିନିଟ ପରେ ମୁହଁ ଧୋଇ ଦିଅନ୍ତୁ।

 

Comments are closed.