Latest Odisha News

ସାବଧାନ ! ଆଜି ଘରେ ଆପଣ ଖାଇପାରନ୍ତି ‘ପ୍ଲାଷ୍ଟକ୍ ଅଣ୍ଡା’ !

ମାଲକାନଗିରି: ଓଡ଼ିଶାର ଉପାନ୍ତ ଜିଲ୍ଲା ମାଲକାନଗିରି ବଜାରରେ ପ୍ଲାଷ୍ଟିକ୍ ଅଣ୍ଡା ମିଳିଥିବା ଅଭିଯୋଗ ହୋଇଛି ।

ମିଳିଥିବା ସୂଚନା ଅନୁଯାୟୀ ସ୍ଥାନୀୟ ହାଇଟେକ୍ କଲୋନିର ଦିଗମ୍ବର ବେହେରା ନାମକ ଜଣେ ବ୍ୟକ୍ତି ନିକଟସ୍ଥ ଥିବା ଏକ ଦୋକାନରୁ ୪ଟି ଅଣ୍ଡା କିଣିଥିଲେ । ଘରେ ଏହାକୁ ଭାଙ୍ଗି ପ୍ରସ୍ତୁତ କରିବା ବେଳକୁ ଏଥିରେ ଏକ ପ୍ଲାଷ୍ଟିକ ଆସ୍ତରଣ ଥିବା ଦେଖିବାକୁ ପାଇଲେ ।

ଦିଗମ୍ବରଙ୍କ କହିବା ଅନୁସାରେ ଏହି ପ୍ଲାଷ୍ଟିକ୍ ଅଣ୍ଡାର କେଶରକୁ ହାତରେ ଧରିଲେ ତାହା ତଳକୁ ଝୁଲି ରହୁଛି । ଆହୁରି ମଧ୍ୟ ଏହି ପ୍ଲାଷ୍ଟିକ୍ ଅଣ୍ଡାଗୁଡ଼ିକର ଆକାର ଟିକେ ଅଧିକ ଗୋଲ୍ ମଧ୍ୟ ଦିଶୁଛି ।

ଏହି ଅଣ୍ଡା ବିକ୍ରି କରିଥିବା ଦୋକାନୀଙ୍କ କହିବା ଅନୁଯାୟୀ, ସେ ହୋଲସେଲ ଦୋକାନରୁ ଏହି ଅଣ୍ଡା କିଣିଛନ୍ତି।

ସ୍କୁଲମାନଙ୍କର ମଧ୍ୟାହ୍ନ ଭୋଜନରେ ଅଣ୍ଡା ଖାଇବାକୁ ଦିଆଯାଉଥିବା କାରଣରୁ ଏହି ଘଟଣା ସାମ୍ନାକୁ ଆସିବା ପରେ, ସାରା ଜିଲ୍ଲାରେ ଆତଙ୍କ ଖେଳିଯାଇଛି।

Comments are closed.