Latest Odisha News

BREAKING NEWS

ଫେବୃୟାରୀ ୨୭ରେ ରିଲିଜ ହେବ ଦି କେରଳ ଷ୍ଟୋରୀର ସୀକ୍ୱେଲ

ମୁମ୍ବାଇ: ବହୁ ଚର୍ଚ୍ଚିତ ଦି କେରଳ ଷ୍ଟୋରୀ ସୀକ୍ୱେଲ ବିୟଣ୍ଡ ଦି କେରଳ ଷ୍ଟୋରୀର ରିଲିଜ ତାରିଖ ମେକର୍ସଙ୍କ ପକ୍ଷରୁ ଘୋଷଣା କରାଯାଇଛି । ଫେବୃୟାରୀ ୨୭ରେ ଏହା ରିଲିଜ ହେବ । ମେକର୍ସ ସନସାଇନଙ୍କ ପକ୍ଷରୁ ଫିଲ୍ମର ରିଲିଜ ତାରିଖ ସହ ମୋଶନ ପୋଷ୍ଟର ରିଲିଜ କରାଯାଇଛି । ମେକର୍ସଙ୍କ ପକ୍ଷରୁ ପରୋକ୍ଷରେ କୁହାଯାଇଛି ଏହି କାହାଣୀକୁ ବନ୍ଦ ଏବଂ ବଦନାମ କରିବା ପାଇଁ ଯଥାସମ୍ଭବ ଉଦ୍ୟମ କରାଯାଇଛି । ତେବେ ସତ୍ୟ ଲୁଚି ରହି ପାରେ ନାହିଁ । ଏଥର କାହାଣୀ ଆହୁରି ଭିତରକୁ ଯାଇଛିଳ ଯନ୍ତ୍ରଣା ବି ଅଧିକ । ମୋଶନ ପୋଷ୍ଟର ରିଲିଜ ହେବା ପରେ ଦର୍ଶକଙ୍କ ଉତ୍କଣ୍ଠା ବୃଦ୍ଧି ପାଇବାରେ ଲାଗିଛି ।

୨୦୨୩ରେ ରିଲିଜ ହୋଇଥିବା ଦି କେରଳ ଷ୍ଟୋରୀ ବେଶ ସଫଳତା ହାସଲ କରିଥିଲା । ଏହି ଫିଲ୍ମ ଶ୍ରେଷ୍ଠ ନିର୍ଦ୍ଦେଶକ ଓ ଶ୍ରେଷ୍ଠ ସିନେମେଟାଗ୍ରାଫି ଜାତୀୟ ପୁରସ୍କାର ହାସଲ କରିଥିଲା । ଆଶୀଷ ଏ ଶାହ ଏହାର କୋ ପ୍ରଡ୍ୟୁସର ରହିଥିବା ବେଳେ ଜାତୀୟ ପୁରସ୍କାର ପ୍ରାପ୍ତ ନିର୍ଦ୍ଦେଶକ କାମାକ୍ଷା ନାରାୟଣ ସିଂ ଏହାର ନିର୍ଦ୍ଦେଶନା ଦେଇଛନ୍ତି । ଅନେକ ନୂଆ କଳାକାର ଏଥିରେ ଅଭିନୟ କରିଛନ୍ତି ।

Leave A Reply

Your email address will not be published.