Latest Odisha News

BREAKING NEWS

ଆସନ୍ତାକାଲି ଠାରୁ ରାଜ୍ୟରେ ଆରମ୍ଭ ହେବ ଭାରତ ସିରିଜ୍ ଗାଡି ପଞ୍ଜିକରଣ

ଭୁବନେଶ୍ବର : ବାରମ୍ବାର ବଦଳି ହେଉଥିବା ସରକାରୀ ଓ ବେସରକାରୀ ଲୋକ ନିଜ ଗାଡିର ପଞ୍ଜିକରଣ ଭିନ୍ନ ଭିନ୍ନ ରାଜ୍ୟରେ କରି ହେଉଥିଲେ । ହେଲେ ଏବେ ଏହି ଅସୁବିଧାର ମିଳିବ ମୁକ୍ତି । ଭାରତ ସିରିଜ୍ ଗାଡି ପଞ୍ଜିକରଣରେ ଜରିଆରେ ଏହି କଷ୍ଟରୁ ମିଳିବ ମୁକ୍ତି । ଗାଡି କିଣୁଥିବା ଲୋକ ଏଣିକି ଭାରତ ସିରିଜ୍ ନମ୍ବର ନେଇପାରିବେ ।

ସେନା ଅଧିକାରୀ, କେନ୍ଦ୍ର ସରକାରଙ୍କ ଅଧିକାରୀ, ୪ରୁ ଅଧିକ ରାଜ୍ୟରେ ଅଫିସ ଥିବା ସଂସ୍ଥାର କର୍ମଚାରୀ ଏହି ସୁବିଧା ଉପଲବ୍ଧ କରିପାରିବେ । ବେସରକାରୀ ସଂସ୍ଥାର ଅଧିକାରୀଙ୍କୁ ଅନଲାଇନ୍ ମାଧ୍ୟମରେ ପରିବହନ ଓ୍ବେବସାଇଟରେ ଫର୍ମ ୬୦ ଭରିବାକୁ ପଡ଼ିବ । ସରକାରୀ କର୍ମଚାରୀ ନିଜର ପରିଚୟ ପତ୍ର ଦେଇ ଭାରତ ସିରିଜ୍ ପାଇଁ ଆବେଦନ କରିପାରିବେ । ଭାରତ ସିରିଜ୍ ନମ୍ବର ନେଲେ ଥରକୁ ଦୁଇ ବର୍ଷର ରୋଡ୍ ଟ୍ୟାକ୍ସ ଲାଗିବ । ସଡ଼କ ଟିକସ ପାଇଁ ଭିନ୍ନ ଭିନ୍ନ ସ୍ଲାବ୍ ରହିଛି । ଯଦି ଗୋଟିଏ ଗାଡିର ମୂଲ୍ୟ ୧୦ ଲକ୍ଷରୁ କମ୍, ତାହେଲେ ୮ ପ୍ରତିଶତ, ୧୦ରୁ ୨୦ ଲକ୍ଷ ଟଙ୍କା ହୋଇଥିଲେ ୧୦ ପ୍ରତିଶତ ଓ ୨୦ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ହୋଇଥିଲେ ୧୨ ପ୍ରତିଶତ ଟିକସ ଆଦାୟ କରାଯିବ । ବିଏଚ ସିରିଜ୍ ନମ୍ବର କମ୍ପ୍ୟୁଟର ମାଧ୍ୟମରେ ଦିଆଯିବ ।

Leave A Reply

Your email address will not be published.