Latest Odisha News

BREAKING NEWS

କ୍ରିକେଟକୁ ଅଲବିଦା କହିଲେ ମାଲିଙ୍ଗା

ନୂଆଦିଲ୍ଲୀ: ଶ୍ରୀଲଙ୍କାର ମହାନ ପେସର ଲାସିଥ ମାଲିଙ୍ଗା ଆଜି କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ଟେଷ୍ଟ ଏବଂ ଦିନିକିଆରୁ ଅବସର ଘୋଷଣା କରି ସାରିଥିବା ମାଲିଙ୍ଗା ଟି୨୦କୁ ଗୁଡବାଏ କହିଥିଲେ । ଏଥିସହ ତାଙ୍କ ୧୭ ବର୍ଷ ଆନ୍ତର୍ଜାତୀୟ କ୍ରିକେଟ ଶେଷ ହୋଇଛି । ମାଲିଙ୍ଗା ୩୦ ଟେଷ୍ଟରେ ୧୦୧, ୨୨୬ ଦିିନିକିଆରେ ୩୩୮ ଏବଂ ୮୪ ଟି୨୦ରେ ୧୦୭ ୱିକେଟ ହାସଲ କରିଛନ୍ତି ।

ସେ ଏହି ଅବସରରେ ମୁମ୍ବାଇ ଇଣ୍ଡିଆନ୍ସ, ମେଲବୋର୍ଣ୍ଣ ଷ୍ଟାର୍ସ, କେଂଟ କ୍ରିକେଟ କ୍ଲବ, ରଙ୍ଗପୁର ରାଇଡର୍ସ, ଗାଏନା ୱାରିୟର୍ସ, ମରାଠା ଆରାବିୟାନ୍ସ ଓ ମଂଟିଲ ଟାଇଗର୍ସ କ୍ଲବ ପକ୍ଷରୁ ମ୍ୟାଚ ଖେଳିଛନ୍ତି । ଏହି ସମସ୍ତ କ୍ଲବ ଏବଂ ଫ୍ରାଂଚାଇଜ ମାଲିକଙ୍କୁ ମାଲିଙ୍ଗା ଏହି ଅବସରରେ ସହଯୋଗ ନେଇ ଧନ୍ୟବାଦ ଜଣାଇଛନ୍ତି । ସେ ତାଙ୍କ ଶେଷ ଆନ୍ତର୍ଜାତୀୟ ଟି୨୦ ମ୍ୟାଚ ୨୦୨୦ରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଖେଳିଥିଲେ ।

Leave A Reply

Your email address will not be published.