Latest Odisha News

BREAKING NEWS

ହୃଦଘାତରେ ପ୍ରାଣ ହରାଇଲେ ଭଦ୍ରକ ବିଡ଼ିଓ

ଭଦ୍ରକ : ହୃଦଘାତରେ ପ୍ରାଣ ହରାଇଛନ୍ତି ଭଦ୍ରକ ବିଡ଼ିଓ ଓଏଏସ ଦାମୋଦର ଖୁଣ୍ଟିଆ। ୫୬ ବର୍ଷ ବୟସରେ ଗତକାଲି ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଛି।

ସୂଚନାନୁସାରେ, ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ଗତକାଲି ବିଳମ୍ବିତ ରାତିରେ ବିଡ଼ିଓଙ୍କୁ ଭଦ୍ରକ ମେଡିକାଲ ରେ ଭର୍ତ୍ତି କରାଯାଇଥିଲା। ସେଠାରେ ହିଁ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

ସେ ଜଣେ ଦାୟିତ୍ବ ସମ୍ପନ୍ନ ଅଧିକାରୀ ଥିଲେ ଯିଏ ନିଷ୍ଠାପର ଭାବେ ନିଜର କର୍ତ୍ତବ୍ୟ ସମ୍ପାଦନ କରି ଆସୁଥିଲେ। ତାଙ୍କ ତତ୍ୱାବଧାନତାରେ ଭଦ୍ରକରେ ଅନେକ ଉନ୍ନତିମୂଳକ କାର୍ଯ୍ୟ ହୋଇଛି। ଜଣେ କର୍ତ୍ତବ୍ୟନିଷ୍ଠ ଅଧିକାରୀଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Comments are closed.