Latest Odisha News

BREAKING NEWS

ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା; ରୋଗୀ ଦେଖୁଛନ୍ତି ସ୍ୱିପର

ଅନୁଗୁଳ: ନା ଅଛନ୍ତି ଡାକ୍ତର, ନା ଡ୍ରେସର । ସେମାନଙ୍କ ବଦଳରେ ରୋଗୀ ଦେଖୁଛନ୍ତି ସ୍ୱିପର । କେବଳ ରୋଗୀ ଦେଖୁ ନାହାଁନ୍ତି ଷ୍ଟିଚ ମଧ୍ୟ କରୁଛନ୍ତି । ଏଭଳି ଘଟଣା ସମ୍ନାକୁ ଆସିଛି ଅନୁଗୁଳ ଜିଲ୍ଲା ପୁରୁଣାକୋଟ ଡାକ୍ତରଖାନାରେ ।

ସୂଚନା ଅନୁସାରେ, ଜଣେ ଶ୍ରମିକ କାମ କରୁଥିବା ବେଳେ ଲୁହା ରଡ଼ ବାଜିବାରୁ ଆଣ୍ଠୁ ତଳେ କଟି ଯାଇଥିଲା । ସହକର୍ମୀ ମାନେ ତାଙ୍କୁ ପୁରୁଣାକୋଟ ଡାକ୍ତରଖାନାକୁ ଆଣିଥିଲେ । ତବେ ସେତେବେଳେ ଡାକ୍ତରଖାନାର କୌଣସି କର୍ମଚାରୀ ନଥିବା ବେଳେ କେବଳ ଜଣେ ସ୍ୱିପର ଥିଲେ । ସେ କ୍ଷତ ସ୍ଥାନ ଦେଖି ଏହାକୁ ଷ୍ଟିଚ କରିବାକୁ ପଡିବ ବୋଲି କହିବା ସହ କରିଦେଇଥିଲେ ମଧ୍ୟ ।

ଆଉ ଏହି ଘଟଣାକୁ ଉପସ୍ଥିତ ବ୍ୟକ୍ତି ମାନଙ୍କ ମଧ୍ୟରୁ ଜଣେ ଭିଡିଓ କରି ସୋସିଆଲ ମିଡିଆରେ ଛାଡିଥିଲେ। ଯାହା ଭାଇରାଲ ହୋଇ ଯାଇଥିଲା।

ଏହାପରେ ଜିଲ୍ଲାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ସ୍ୱାସ୍ଥ୍ୟ ବିଭାଗର ଏଭଳି ଅବହେଳା ପାଇଁ କେତେବେଳେ ଯେ କାହାର ଜୀବନ ଯିବ ତାହା କହିହେବ ନାହିଁ।

ଏଭଳି ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବାରେ ତୁରନ୍ତ ସୁଧାର ଆଣିବାକୁ ସ୍ଥାନୀୟ ଲୋକ ଦାବି ଜଣାଇଛନ୍ତି।

Leave A Reply

Your email address will not be published.